ଏ ବର୍ଷ ୧ଠ୩% ବର୍ଷା

ନୂଆଦିଲ୍ଲୀ, ୩୧ା୫: ଚଳିତ ବର୍ଷ ଦେଶରେ ସ୍ୱାଭାବିକରୁ ଅଧିକ ମୌସୁମୀ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ମଙ୍ଗଳବାର ଏପରି ଆକଳନ କରାଯାଇଛି । ଏବର୍ଷ ସ୍ୱାଭାବିକ ବର୍ଷା ହେବ ଏବଂ ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତ ୯୯ ପ୍ରତିଶତରେ ସୀମିତ ରହିବ ବୋଲି ଏପ୍ରିଲ୍ରେ ଆଇଏମ୍ଡି ଆକଳନ କରିଥିଲା । ମଙ୍ଗଳବାର ଜାରି କରାଯାଇଥିବା ତାଜା ଆକଳନରେ ଏହାର ସଂଶୋଧନ କରାଯାଇଛି । ଆଇଏମ୍ଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ଏ ବର୍ଷ ମୌସୁମୀ ଋତୁରେ ଦେଶର ଅଧିକାଂଶ ଇଲାକାରେ ସ୍ୱାଭାବିକରୁ ଅଧିକ ବର୍ଷା ହେବ ଏବଂ ଦୀର୍ଘ ମିଆଦୀ ହାରାହାରି ବୃଷ୍ଟିପାତ (ଏଲ୍ପିଏ)୧୦୩ ପ୍ରତିଶତ ହୋଇପାରେ । ଏପରି ହେଲେ ଦେଶରେ କ୍ରମାଗତ ଚତୁର୍ଥ ବର୍ଷ ସ୍ୱାଭାବିକ ବୃଷ୍ଟିପାତ ହେବ । ପୂର୍ବୋତ୍ତର ରାଜ୍ୟଗୁଡିକରେ ସ୍ୱାଭାବିକରୁ କମ୍ ବୃଷ୍ଟିପାତ ହେବା ଆଶଙ୍କା ରହିଛି ।
ଶ୍ରୀ ମହାପାତ୍ର ଆକଳନ କରି କହିଛନ୍ତି, ଜୁନ୍ରେ ଓଡ଼ିଶାରେ ସ୍ୱାଭାବିକରୁ ଅଧିକ ବର୍ଷା ହେବ । କିନ୍ତୁ ଉତ୍ତର ଓ କେନ୍ଦ୍ର ଓଡିଶାରେ ସ୍ୱାଭାବିକରୁ କମ୍ ବୃଷ୍ଟିପାତ ହୋଇପାରେ । ତେବେ ଓଡ଼ିଶାରେ କେବେ ମୌସୁମୀ ପହଞ୍ଚôବ ତାହାର ଠିକ୍ ଆକଳନ ଏ ପର୍ଯ୍ୟନ୍ତ ହୋଇ ନାହିଁ । ମୌସୁମୀ ବାୟୁ ସାଧାରଣତଃ ଓଡ଼ିଶାରେ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ପ୍ରବେଶ କରିଥାଏ ।
ପାଣିପାଗ ବିଭାଗର କହିବା ଅନୁସାରେ, ରାଜ୍ୟରେ ପ୍ରାକ୍-ମୌସୁମୀ ଋତୁରେ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ୯୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୯% କମ ରହିଛି । ୧୭ ଜିଲ୍ଲାରେ ନିଅଣ୍ଟିଆ (୨୦% ରୁ ୫୯% କମ୍) ଏବଂ ୭ ଜିଲ୍ଲାରେ ସ୍ୱାଭାବିକ (୧୯% କମ/ବେଶୀ ପରିଧି ମଧ୍ୟରେ) ବର୍ଷା ରେକର୍ଡ ହୋଇଛି । କୋରାପୁଟ ଏବଂ ଦେବଗଡ଼ରେ ସ୍ୱାଭାବିକ ଠାରୁ ୨୦% ରୁ ୫୯% ଅଧିକ ବର୍ଷା ହୋଇଛି । ସେହିପରି ବାଲେଶ୍ୱର, ଜଗତସିଂହପୁର, ସୋନପୁର ଏବଂ ବଲାଙ୍ଗୀରରେ ଅତି-ନିଅଣ୍ଟିଆ ବର୍ଷା ୬୦% କିମ୍ବା ଆହୁରି କମ୍ ବର୍ଷା ହୋଇଛି । ଯାହା ଚାଷୀଙ୍କ ପାଇଁ ଭଲ ସୂଚନା । ପ୍ରାକ୍-ମୌସୁମୀ ଋତୁରେ କମ୍ ବର୍ଷା ହେଲେ ଚାଷ ଜମିରେ ଘାସ କମ୍ ଉଠିଥାଏ । ତେଣୁ ଚାଷ କାର୍ଯ୍ୟ ଭଲ ଭବେ ଆଗେଇ ଥାଏ ବୋଲି ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାଶ କହିଛନ୍ତି ।
ଅନ୍ୟପକ୍ଷରେ ପୂରା ମୌସୁମୀ ଋତୁରେ ଅର୍ଥାତ ସେପ୍ଟେମ୍ବର ମାସ ମଧ୍ୟରେ ଓଡ଼ିଶାରେ କେତେ ବର୍ଷା ହେବ, ସେ ନେଇ ଏକ ମିଶ୍ରିତ ଆକଳନ କରାଯାଇଛି । ମୌସୁମୀ ଋତୁରେ ରାଜ୍ୟର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ଆଉ କିଛି ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ । ଜୁଲାଇ ମାସରେ ଓଡ଼ିଶାରେ କେତେ ବର୍ଷା ହେବ, ତା’ର ଆକଳନ ଜୁନ୍ ମାସ ଶେଷ ଆଡ଼କୁ କରାଯିବ । ସେହିପରି ଅଗଷ୍ଟ ମାସରେ କେତେ ବର୍ଷା ହେବ, ତା’ର ପୂର୍ବାନୁମାନ ଜୁଲାଇ ମାସ ଶେଷ ଆଡ଼କୁ କରାଯିବ ବୋଲି ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି ଯେ, ଦେଶରେ ଜୁନରୁ ସେପ୍ଟେମ୍ବର ଯାଏ ଏଲ୍ପିଏ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବ । ତେବେ ଆକଳନ ଅନୁସାରେ ଜୁନରେ ସେପ୍ଟେମ୍ବର ମଧ୍ୟରେ ୧୩୦% ବର୍ଷା ଅର୍ଥାତ ୪% କମ୍ କିମ୍ବା ବେଶୀ ବର୍ଷା ହୋଇପାରେ । କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ପେନିସୁଲିଆରେ ସ୍ୱାଭାବକି ଠାରୁ ଅଧିକ(୧୦୬% ଏଲପିଏ) ବର୍ଷା ହୋଇପାରେ । ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକ (୯୬-୧୦୬% ଏଲପିଏ) ଏବଂ ଉତ୍ତର-ପଶ୍ଚିମ ଭାରତରେ ୯୨-୧୦୮% ଏଲପିଏ) ଅର୍ଥାତ ସ୍ୱାଭାବିକ ବର୍ଷା ହୋଇପାରେ ।
ଏବେ ମୌସୁମୀ ବାୟୁ କେରଳର ସମସ୍ତ ଅଞ୍ଚଳରେ ପହଞ୍ଚି ସାରିଥିବା ବେଳେ କର୍ଣ୍ଣାଟକର କିଛି ଅଞ୍ଚଳ ଓ ତାମିଲନାଡୁର ଅଧିକାଂଶ ଅଞ୍ଚଳରେ ପ୍ରବେଶ କରି ସାରିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ମଧ୍ୟରେ ପ୍ରବେଶ କରିବ । ସେହିପରି କର୍ଣ୍ଣାଟକର ଅଧିକାଂଶ ଅଂଶ ଓ ତାମିଲନାଡୁର ସଂପୂର୍ଣ୍ଣ ଭାଗକୁ ୨/୩ ଦିନ ମଧ୍ୟରେ ଏହା ଅଗ୍ରସର ହେବ । ତା’ପରେ ଯାଇ ମୌସୁମୀ ବାୟୁ ପୂର୍ବ ଓ କେନ୍ଦ୍ର ଭାରତରେ ପ୍ରବେଶ କରିବାକୁ ପାଗ ଅନୁକୂଳ ରହିବ । ଆମେ ସ୍ଥିତି ଉପରେ ଦୃଷ୍ଟି ରଖିଛୁ । ଯେତେବେଳେ ଓଡ଼ିଶା ପାଇଁ ମୌସୁମୀ ବାୟୁ ପ୍ରବେଶ କରିବାକୁ ଅନୁକୂଳ ସ୍ଥିତି ସୃଷ୍ଟି ହେବ, ତା’ପରେ ପୂର୍ବାନୁମାନ କରାଯିବ ।
ପ୍ରଶାନ୍ତ ମହାସାଗର କ୍ଷେତ୍ରର ତାପମାତ୍ରା କମାଉଥିବା ଲା ନୀନାର ସାମ୍ପ୍ରତିକ ସ୍ଥିତି ଭାରତରେ ମୌସୁମୀ ବର୍ଷା ପାଇଁ ଶୁଭ ସଙ୍କେତ । ସ୍ୱାଭାବିକ ବୃଷ୍ଟିପାତରେ ସହାୟକ ହେଉଥିବା ଲା ନୀନା ସ୍ଥିତି ଅତି କମ୍ରେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଜାରି ରହିବା ସମ୍ଭାବନା ଥିବାରୁ ମାସୱାରି ବୃଷ୍ଟିପାତ ପରିମାଣ ଅଧିକ ହେବ ବୋଲି ଆଇଏମ୍ଡି କହିଛି ।
ଆଇଏମ୍ଡି ଡିଜିଙ୍କ ମତରେ ସ୍ୱାଭାବିକରୁ କମ୍ ବୃଷ୍ଟିପାତର ଦଶକ ଶେଷ ହେବାକୁ ଯାଉଛି । ଆମେ ସ୍ୱାଭାବିକ ବୃଷ୍ଟିପାତର ଯୁଗ ଆଡକୁ ଆଗଉଛୁ । ୨୦୦୫-୦୮ ଓ ୨୦୧୦-୧୩ରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *