ତମାଖୁ ଆମ ପରିବେଶ ପ୍ରତି ବିପଜ୍ଜନକ

ଭୁବନେଶ୍ୱର (ବୁ୍ୟରୋ): ଆଜିର ସମୟରେ ଏକ ସୁସ୍ଥ ଓ ନିରାମୟ ଜୀବନ ଆମ ସମସ୍ତଙ୍କର କାମ୍ୟ । ପ୍ରକୃତି ସହିତ ଜଡ଼ିତ ହୋଇ ବଞ୍ଚିଲେ ମଣିଷ ସୁସ୍ଥ ରହି ପାରିବ । ଆଜିର ପ୍ରଦୂଷଣଯୁକ୍ତ ଜୀବନ, ବଦଭ୍ୟାସ ମୁଖ୍ୟତଃ ତମାଖୁ ସେବନ ଆମ ପାଇଁ ସ୍ୱାସ୍ଥ୍ୟହାନିର କାରଣ ପାଲଟିବା ସହ ନାନା ଦୁଶ୍ଚିନ୍ତାର ଉଦ୍ରେକ କରୁଛି । ପ୍ରତିବର୍ଷ ତମାଖୁ ସେବନ ଦ୍ୱାରା ଆମ ଦେଶରେ ତଥା ରାଜ୍ୟରେ ବହୁ ଲୋକ ମୃତୁ୍ୟ ମୁଖରେ ପଡ଼ୁଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ସାମୂହିକ ଜନସଚେତନତା ଆବଶ୍ୟକ । ସରକାର ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତଥାପି ମଧ୍ୟ ଏ ଦିଗରେ ଆମେ ଆହୁରି ସଚେତନ ହୋଇପାରିଲେ ତମାଖୁ ମୁକ୍ତ ସମାଜ ସମ୍ଭବ ବୋଲି ମୁଖ୍ୟ ଅତିଥି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକିଶୋର ଶର୍ମା ପ୍ରକାଶ କରିଛନ୍ତି ।
ସମ୍ମାନିତ ଭାବେ ପୁଲିସ ମହାନିଦେ୍ର୍ଦଶକ ସୁନୀଲ କୁମାର ବଂଶଲ କହିଥିଲେ ଯେ ଜିଲ୍ଲାସ୍ତରରେ ପୁଲିସ ବିଭାଗ ଏବଂ ଅବକାରୀ ବିଭାଗ ଦ୍ୱାରା ମିଳିତ ଭାବରେ ଚଢ଼ଉକୁ ସବୁସ୍ତରରେ ସହଯୋଗ କରାଯାଉଛି । ତମାଖୁ ବ୍ୟବହାର ବିରୁଦ୍ଧରେ ସମ୍ମୁଖ (ଫ୍ରଣ୍ଟଲାଇନ) କର୍ମଚାରୀ ଯଥା ଆଶା, ଏଏନ୍ଏମ୍ ପ୍ରମୁଖଙ୍କ ମାଧ୍ୟମରେ ଜନସଚେତନତା ବିସ୍ତାର କରାଯାଉଛି । ତମାଖୁ ନିବୃତ୍ତି ପରାମର୍ଶଦାତା ଏବଂ ଡାକ୍ତର, କାର୍ଯ୍ୟକ୍ରମ ଅଧିକାରୀମାନେ, ତମାଖୁ ଛାଡିବା ଏବଂ ଯୁବକ ଏବଂ ବୟସ୍କଙ୍କ ମଧ୍ୟରେ ତମାଖୁ ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସମଗ୍ର ରାଜ୍ୟରେ ପ୍ରାୟ ୩୨ଟି ତମାଖୁ ନିବୃତ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ଦ୍ୱାରା ତମୁଖୁ ବ୍ୟବହାରକୁ ରୋକାଯାଇପାରିବ । ସେହିପରି ରାଜ୍ୟ ଔଷଧ ନିଗମ ପରି·ଳନା ନିର୍ନ୍ତେଶକ ଯାମିନୀ ଷଡଙ୍ଗୀ କହିଲେ ଯେ ସାମ୍ପ୍ରତିକ ଅନୁସନ୍ଧାନ ଏବଂ ସର୍ବେକ୍ଷଣରେ ମଧ୍ୟ କୁହାଯାଇଛି ଯେ ପ୍ରାୟ ଶତକଡ଼ା ୪୨ ଭାଗ ବୟସ୍କ ବ୍ୟକ୍ତି ଯେକୌଣସି ତମାଖୁ ବ୍ୟବହାର କରୁଛନ୍ତି । ଶତକଡ଼ା ୪୦ ଭାଗ ବ୍ୟକ୍ତି ଓଡ଼ିଶାରେ ଧୂମହୀନ ତମାଖୁ ବ୍ୟବହାର କରନ୍ତି । ସ୍ୱଳ୍ପ ବୟସରୁ ତମାଖୁ ବ୍ୟବହାର ରୋକିବାକୁ ସ୍କୁଲ ପିଲାଙ୍କ ଉପରେ ଧ୍ୟାନ ରଖିବା ଜରୁରୀ ।
ଜଙ୍କ୍ତସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ନିରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ସ୍ୱାସ୍ଥ୍ୟସେବା ନିର୍ନ୍ତେଶକ ଡା. ବିଜୟ କୁମାର ମହାପାତ୍ର, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିଦେ୍ର୍ଦଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଯୋଗଦେଇ ତମାଖୁ ସେବନର ଭୟାବହତା ଓ ଏହାର ପ୍ରତିକାର ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ବିଶ୍ୱ ତମାଖୁ ବର୍ଜନ ଉପରେ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *