ତମାଖୁ ଉତ୍ପାଦନ ବନ୍ଦ ଦାବିରେ ମିଶନ ଓଡ଼ିଶାର ଶୋଭାଯାତ୍ରା
ପୁରୀ (ବୁ୍ୟରୋ): ତମାଖୁ ଉତ୍ପାଦନ ବନ୍ଦ କର, ଓଡ଼ିଶାବାସୀଙ୍କୁ କର୍କଟ ରୋଗରୁ ମୁକ୍ତ କର ସ୍ଲୋଗାନ୍ ଦେଇ ମିଶନ ଓଡ଼ିଶା ପକ୍ଷରୁ ତମାଖୁ ବର୍ଜନ ଦିବସରେ ଏକ ଶୋଭାଯାତ୍ରା ସମ୍ପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ୱରେ ସହର ପରିକ୍ରମା କରିଥିଲା । ପରେ ହୋଟେଲ ହଲିଡେ ରିସୋର୍ଟ ସମ୍ମିଳନୀ କକ୍ଷରେ ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ ପ୍ରତିରୋଧକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଏଡିଏମ୍ ମେଡିକାଲ ପ୍ରଣବ କୁମାର ଦାସ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ପ୍ରମୁଖ ଡାକ୍ତର ସୁରେନ୍ଦ୍ରନାଥ ସେନାପତି, ଭୁବନେଶ୍ୱରର ବିଶିଷ୍ଟ ଡାକ୍ତର ମନୋଜ କୁମାର ସାହୁ, ସମାଜସେବୀ ଚକ୍ରଧର ମହାପାତ୍ର, କଟକ କ୍ୟାନ୍ସର ହସ୍ପିଟାଲ୍ର ଡାକ୍ତର ଅନ୍ତର୍ଯ୍ୟାମୀ ସାହୁ, ପୁରୀର ବିଶିଷ୍ଟ ଡାକ୍ତର ସୁଦର୍ଶନ ପୋଥାଳ, ନିଶାମୁକ୍ତି ଅଭିଯାନ ଓଡ଼ିଶାର ମଳୟ ତ୍ରିପାଠୀ, ଶିଳ୍ପପତି ରାଜକିଶୋର ପାତ୍ର, ଡକ୍ଟର ଅଭିମନୁ୍ୟ ଭୂୟାଁ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ, ଡ୍ରଗ୍ ଇନ୍ସିପେକ୍ଟର ଅଞ୍ଜନ କୁମାର ସାହୁ, ତମାଖୁ ସେବନ ନିୟନ୍ତ୍ରିତ କମିଟିର ଡାକ୍ତର ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ତମାଖୁ ସେବନର ଅପକାରିତା, କର୍କଟ ରୋଗ ନିରୂପଣ, ନିରାକରଣ ଓ ଯୁବଗୋଷ୍ଠୀଙ୍କ ଉପରେ ତମାଖୁ ସେବନର କୁପ୍ରଭାବ ଉପରେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ କର୍କଟ ରୋଗୀ ଚିକିତ୍ସା ଓ ପ୍ରତିଷେଧ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଯଶସ୍ୱୀ କୁମାର ଦାଶ, କର୍କଟ ରୋଗ ନିରାକରଣ ଓ ସମାଜସେବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋବିନ୍ଦ ଚନ୍ଦ୍ର ପାତ୍ର, ବ୍ରଜକିଶୋର ସାହୁ, ପ୍ରଦୀପ୍ତ କୁମାର ପ୍ରଧାନ, ସତ୍ୟନାରାୟଣ ସାହୁ, ସୁଧାଂଶୁ ଜେନାଙ୍କୁ ମିଶନ ଓଡ଼ିଶା ସେବା ସମ୍ମାନ ଓ ରମାକାନ୍ତ ମଣ୍ଡଳ ଏବଂ ଇନ୍ଦୁମତି ସାହୁଙ୍କୁ ଯୁଗଳ ବନ୍ଦୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା ।