ଇଞ୍ଜେକ୍ସନ ଦେଉଛନ୍ତି ୪ର୍ଥ ଶ୍ରେଣୀ କର୍ମଚାରୀ

ସରକାରୀ ପରିବର୍ତ୍ତେ ଡାକ୍ତର ଲେଖୁଛନ୍ତି ପ୍ରାଇଭେଟ୍ ଔଷଧ
ମୋହନା (ଆପ୍ର): ରାଜ୍ୟ ସରକାର ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଅବସ୍ଥାକୁ ଗୁରୁତ୍ୱ ଦେଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ କଲ୍ୟାଣ କେନ୍ଦ୍ର ଖୋଲିଛନ୍ତି । ଯଦ୍ଦ୍ୱାରା ରୋଗୀ ମାଗଣା ଚିକିତ୍ସା ସହ ଔଷଧ ପାଇବେ । ହେଲେ ଏହି ସବୁ ସୁବିଧା ପାଇବା ପାଇଁ ଦେବାକୁ ପଡୁଛି ଟଙ୍କା । ଖାଲି ସେତିକି ସେତିକି ନୁହେଁ ମାଗଣାରେ କେନ୍ଦ୍ର ସରକାର ଔଷଧ ଦେବା ଜାଗାରେ ଦିଆଯାଉଛି ବାହାର ଔଷଧ ତାହା ମଧ୍ୟ ମେଡିକାଲ୍ ଭିତରେ ଡକ୍ଟର ଖୋଦ୍ ଦେଉଛନ୍ତି । ପାଖରେ ଜଗିଛନ୍ତି ଔଷଧ ସଂସ୍ଥାର ପ୍ରତିନିଧି । ରୋଗୀଙ୍କୁ ଇଞ୍ଜେକସନ ଦେବା ଭଳି ଅନେକ କାମ କରୁଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ପ୍ରାଥମିକ ଚିିକିତ୍ସା କେନ୍ଦ୍ର ନଥିବାରୁ ମୋହନା ବ୍ଲକ୍ର ଚାନ୍ଦିପୁଟ ଗ୍ରାମରେ ଥିବା ଆୟୁଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରକୁ ପ୍ରତ୍ୟେକ ଦିନ ବହୁ ରୋଗୀ ଆସନ୍ତି ଚିକିତ୍ସା ପାଇଁ । ହେଲେ ଚିକିତ୍ସା ମିଳୁଛି ସତ୍ୱାତ୍ର ଏଥିପାଇଁ ରୋଗୀଙ୍କୁ ଟଙ୍କା ଦେବାକୁ ପଡୁଛି ।
ସରକାରୀ ଔଷଧ ବଦଳରେ ଡକ୍ଟର ଦେଉଛନ୍ତି ପ୍ରାଇଭେଟ ଔଷଧ । ଇଞ୍ଜେକସନ ମଧ୍ୟ କିଣିବାକୁ ପଡୁଛି । ସ୍ୱାସ୍ଥ୍ୟକର୍ମୀ ନାହାଁନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଉଛନ୍ତି ରୋଗୀଙ୍କୁ ଇଞ୍ଜେକସନ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ରୋଗୀସେବା ସରକାରଙ୍କ ନିୟମକୁ ସିଧାସଳଖ ଉଲ୍ଲଂଘନ କରୁଛନ୍ତି ଡକ୍ଟର । କାରଣ ସରକାରୀ ମେଡିକାଲ୍କୁ କୌଣସି ଔଷଧ ସଂସ୍ଥାର ପ୍ରତିନିଧି ଆସିବା ନିୟମ ବିରୁଦ୍ଧ । ହେଲେ ଏଠାରେ ବସି ରହିଛନ୍ତି ପ୍ରତିନିଧି । ଏ ନେଇ ଜଣେ ଡକ୍ଟରଙ୍କୁ ପଚାରିବାରୁ ସେ କହିଛନ୍ତି ମୁଁ ଏଠି ଦୀର୍ଘ ବର୍ଷ ହେଲା ରୋଗୀ ଚିକିତ୍ସା କରିଆସୁଛି । ଆଉ କିଛିଦିନ ପରେ ମୁଁ ଉଚ୍ଚ ପଦବୀ ପାଇବି । ଆଶା, ଅଙ୍ଗନୱାଡ଼ି ଦେଇ ପାରୁଛନ୍ତି ଇଞ୍ଜେକସନ । ୨୫ବର୍ଷ କାମ କରି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ଇଞ୍ଜେକସନ ଦେଇପାରିବ ବୋଲି କହିଛନ୍ତି । ଉକ୍ତ ଡକ୍ଟରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ ଭଲ ଡକ୍ଟର ଯୋଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଇଞ୍ଜେକସନ ଦେବାରେ ତ୍ରୁଟି ହେଲେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ଅଧିକାରୀଙ୍କ ଅଣଦେଖା ପାଇଁ ଆୟୁର୍ବେଦିକ ଚିକିତ୍ସା ଜାଗାରେ ଏଠି ହେଉଛି ଏଲପାତିକି ଚିକିତ୍ସା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *