ସମସ୍ତ ୨୨ ଯାତ୍ରୀ ମୃତ

ନେପାଳରେ ବିମାନ ଦୁର୍ଘଟଣା
କାଠମାଣ୍ଡୁ, ୩୦ା୫: ନେପାଳର ପାର୍ବତ୍ୟ ମୁସ୍ତାଙ୍ଗ ଜିଲ୍ଲାରେ ରବିବାର ଦୁର୍ଘଟଣାଗ୍ରସ୍ତ ତାରା ଏୟାର ବିମାନରେ ଥିବା ସମସ୍ତ ଯାତ୍ରୀ ଓ ଚାଳକ ଦଳର ସଦସ୍ୟ (ମୋଟ୍ ୨୨ଜଣ) ପ୍ରାଣ ହରାଇଛନ୍ତି । ସୋମବାର ସନ୍ଧ୍ୟା ସୁଦ୍ଧା ୨୧ ଶବ ଉଦ୍ଧାର କରାଯାଇଛି ।
୪୩ ବର୍ଷର ପୁରୁଣା ଏହି ବିମାନରେ ଭୁବନେଶ୍ୱର ନିବାସୀ ଅଶୋକ ତ୍ରିପାଠୀଙ୍କ ପରିବାରର ୪ ସଦସ୍ୟ ଯାତ୍ରା କରୁଥିଲେ ।
ମୁସ୍ତାଙ୍ଗ ଜିଲ୍ଲାର ଥସାଙ୍ଗ-୨ରେ ୧୪,୫୦୦ ଫୁଟ ଉଚ୍ଚତାରେ ବିମାନଟି ଧକ୍କା ଲାଗିଥିଲା । ଜନୈକ ସ୍ଥାନୀୟ ନିବାସୀ ଇନ୍ଦ୍ରା ସିଂହ କହିଛନ୍ତି, ବିମାନର ବହୁ ଟୁକୁଡ଼ା ତଥା ଖଣ୍ଡ ବିଖଣ୍ଡିତ ଶବଗୁଡ଼ିକ ଶହେ ମିଟର ପର୍ଯ୍ୟନ୍ତ ବିଚ୍ଛୁରିତ ହୋଇ ପଡ଼ିଥିଲା । ଲାଙ୍ଖୁ ନଦୀର ଉତ୍ପତ୍ତିସ୍ଥଳ ନିକଟ ପାହାଡ଼ରେ ଦୁର୍ଘଟଣା ଘଟିଛି । ତେବେ ବିମାନରେ ନିଅାଁ ଲାଗିନାହିଁ । ମାଇଁରିପବ୍ଲିକା ନୁ୍ୟଜ୍ ୱେବ୍ସାଇଟ୍ର ପ୍ରତିନିଧି ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚôଥିଲେ ।
ଦୁର୍ଘଟଣାର ତଦନ୍ତ ପାଇଁ ନେପାଳ ସରକାର ୫ ସଦସ୍ୟ ବିଶିଷ୍ଟ ଏକ ଆୟୋଗ ଗଠନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *