ରୁମ୍ ଭଡ଼ା ଉପରେ ଲଗାମ

ହୋଟେଲ ମାଲିକଙ୍କୁ ପୁଲିସ ପ୍ରଶାସନର ଛାଟ
ପୁରୀ (ବୁ୍ୟରୋ): ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ରଥଯାତ୍ରା । କରୋନା କଟକଣା ଯୋଗୁ ଦୀର୍ଘ ୨ବର୍ଷ ବିନା ଭକ୍ତରେ ଯାତ୍ରା ହୋଇଥିବାବେଳେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ପାଳିତ ହେବ । ତେଣୁ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ ଭାବରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ସେଥିଲାଗି ସୋମବାର ହୋଟେଲ ମାଲିକମାନଙ୍କ ସହ ପୁଲିସ ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସ୍ପି କନୱାର ବିଶାଲ ସିଂହ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି । ହୋଟେଲରେ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଲାଗି ହୋଟେଲ ମାଲିକମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ଏସ୍ପି ଶ୍ରୀ ସିଂହ । ତତ୍ସହିତ ଅତିକମ୍ରେ ୭ ଦିନର ସିସିଟିଭି ରେକର୍ଡିଂ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ଦେବାକୁ ବି ଏହି ବୈଠକରେ ନିଦେ୍ର୍ଦଶ ଦିଆଯାଇଛି । ପ୍ରତ୍ୟେକ ଥାନାଧିକାରୀ ହୋଟେଲ ମାଲିକଙ୍କର ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ପର୍ଯ୍ୟଟକମାନଙ୍କ ଲାଗି ଏକ ହେଲ୍ପଲାଇନ୍ ନମ୍ବର-୬୩୭୦୯୬୭୧୦୦ ଜାରି କରାଯାଇଛି । ଉକ୍ତ ନମ୍ବରଟିକୁ ପ୍ରତ୍ୟେକ ହୋଟେଲ ଓ ଲଜ୍ର ରିସ୍ପେସନ୍ ସେଣ୍ଟର ନିକଟରେ ପ୍ରଦର୍ଶିତ ହେବ । ପର୍ଯ୍ୟଟକମାନଙ୍କ ସୁରକ୍ଷିତ ଲାଗି ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀଙ୍କୁ ନୋଡାଲ୍ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ଏସ୍ପି ଶ୍ରୀ ସିଂହ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେ ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା, ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀଙ୍କ ସମେତ ସମସ୍ତ ହୋଟେଲ୍ ଓ ଲଜ୍ ମାଲିକମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *