କୃଷକ ନେତା ଟିକାୟତଙ୍କୁ କାଳିମାଡ଼

ÿବେଙ୍ଗାଲୁରୁ: ସୋମବାର ବେଙ୍ଗାଲୁର ପ୍ରେସ କ୍ଲବରେ ·ଷୀ ନେତା ରାକେଶ ଟିକାୟତଙ୍କ ଉପରେ କାଲାମାଡ଼ କରାଯାଇଛି । ଭାରତୀୟ କୃଷକ ସଙ୍ଗଠନର ପୂର୍ବତନ ଉପଦେଷ୍ଟା ରାକେଶ ଟିକାୟତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଉଥିବା ବେଳେ ଦୁର୍ବୃତ୍ତମାନେ କାଳିମାଡ଼ କରିଥିଲେ । ଟିକାୟତ ବକ୍ତବ୍ୟ ଦେବାକୁ ଆରମ୍ଭ କରିବା ମାତ୍ରେ ଜଣେ ବ୍ୟକ୍ତି ମଣ୍ଡପ ଉପରକୁ ଉଠି ଆକ୍ରେମଣ କରିଥିଲା । ସେ ପରିତିରୋଧ କରିବା ସମୟରେ ଆଉଜରେ କାଳି ଛାଟି ଫେରାର ହୋଇଯାଇଥିଲା । ଏହି ଘଟଣାରେ ପୁଲସି ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଆକ୍ରମଣକାରୀ ମୋଦି ମୋଦି ବୋଲି ସ୍ଲୋଗାନ ଦେଇଥିଲେ । କାଲିମାଡ଼ ପ୍ରତିବାଦରେ ମଙ୍ଗଳବାର କଳାଦିବସ ପାଳନ କରାଯିବ ବୋଲି କର୍ଣ୍ଣାଟକର ଚାଷୀ ନେତା ଚୁକି ନନ୍ଜୁନ୍ଦାସସ୍ୱାମୀ ଘୋଷଣା କରିଛନ୍ତି ।
ଦୁର୍ବୃତ୍ତମାନେ ସ୍ଥାନୀୟ ·ଷୀ ନେତା କୋଡିହାଲି ଚନ୍ଦ୍ରଶେଖରଙ୍କ ସମର୍ଥକ ବୋଲି କୁହାଯାଇଛି । ସମ୍ମିଳନୀରେ ଉପସ୍ଥିତ କୃଷକ ସଂଘ ପ୍ରତିନିଧିମାନେ ଦୁର୍ବୃତ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ କରିଥବାରୁ ଧସ୍ଥାଧସ୍ତି ହୋଇଥିଲା । ସମ୍ମିଳନୀ ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଓ ବିରୋଧରେ ନାରାବାଜି ଦିଆଯାଇଥିଲା । ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଚେୟାର ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ତେବେ କାଳିମାଡ଼ ଓ ଗଣ୍ଡଗୋଳ ପାଇଁ ବେଙ୍ଗାଲୁରୁ ପୁଲିସ ପୂର୍ଣ୍ଣମାତ୍ରାରେ ଦାୟୀ ବୋଲି ରାକେଶ ଟିକାୟତ ଅଭିଯୋଗ କରିଛନ୍ତି ।
ପୂର୍ବରୁ କୋଡିହାଲି ଚନ୍ଦ୍ରଶେଖର ରାକେଶ ଟିକାୟତଙ୍କୁ ବିରୋଧ କରିଆସୁଛନ୍ତି । ଚନ୍ଦ୍ରଶେଖର ଏକ ସାମ୍ବାଦିକ ସମ୍ମଳିନୀ କରି ଟିକାୟତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ସାମ୍ବାଦିକ ସମ୍ମଳନୀରେ ଚନ୍ଦ୍ରଶେଖର ·ଷୀ ନେତା ଟିକାୟତଙ୍କ ସହ ଅନେକ କେନ୍ଦ୍ରୀୟ ନେତାଙ୍କ ନାମ ନେଇଥିଲେ । ଚନ୍ଦ୍ରଶେଖର ଜଣେ ଠକ ବୋଲି ଟିକାୟତ କହିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କେନ୍ଦ୍ରୀୟ ·ଷୀ ନେତା ଓ ସ୍ଥାନୀୟ ·ଷୀ ନେତାଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଚନ୍ଦ୍ରଶେଖରଙ୍କ ସମର୍ଥକମାନେ କ୍ରୋଧାନ୍ୱିତ ହୋଇ ଟିକାୟତଙ୍କ ଉପରେ କାଳିମାଡ଼ କରିଥିବା ଆଲୋଚନା ହେଉଛି । ସୂଚନାଯୋଗ୍ୟ, ଟିକାୟତ ଏବେ ଖରାପ ସମୟ ଦେଇ ଗତିକରୁଛନ୍ତିି । ତାଙ୍କୁ ଦଳେ କୃଷକ ନେତା ବିରୋଧ କରୁଛନ୍ତି । ଯେଉଁଥିପାଇଁ ଭାରତୀୟ କିଷାନ ସଂଘ ବିଭାଜିତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *