ଭାରତ-ଅଷ୍ଟ୍ରେଲିଆ ଟି-୨ଠ ସିରିଜ୍

ମେଲବର୍ଣ୍ଣ,୩୦ା୫ (ଏଜେନ୍ସି): ଭାରତୀୟ ମହିଳା କି୍ରକେଟ୍ ଟିମ୍ ଚଳିତ ବର୍ଷ ଡିସେମ୍ବରରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୱାର୍ଲ୍ଡ ଚାମ୍ପିଅନ୍ ଅଷ୍ଟ୍ରେଲିଆର ଆୟୋଜନ କରିବ । ଅଷ୍ଟ୍ରେଲିଆ କି୍ରକେଟ୍ ସୋମବାର ଏହି ସିଜନ୍ ପାଇଁ ମହିଳା ଏବଂ ପୁରୁଷ ଟିମ୍ର କାର୍ଯ୍ୟକ୍ରମ ଘୋଷଣା କରିଛି । ଭାରତୀୟ ମହିଳା ଟିମ୍ର ଖେଳାଳିମାନେ ପ୍ରଥମତଃ ମହିଳା ଟି-୨୦ ଚାଲେଞ୍ଜରେ ଓହ୍ଲାଇଥିଲେ । ଆସନ୍ତା ଜୁଲାଇରେ କମନ୍ୱେଲ୍ଥ ଗେମ୍ସରେ ଭାଗ ନେବେ । ପୁଣି ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷ ତିନିଟି ଦିନିକିଆ ଏବଂ ତିନିଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବେ । ଅଷ୍ଟ୍ରେଲିଆ କି୍ରକେଟ୍ ଅଧ୍ୟକ୍ଷ ନିକ୍ ହକ୍ଲୀଙ୍କ କହିବାନୁସାରେ, ଟିମ୍ ପାଇଁ ଆସନ୍ତା ୮ ମାସ ଯଥେଷ୍ଟ ରୋମାଞ୍ଚକର ହେବ, ଯେଉଁଥିରେ ଭାରତ ଗସ୍ତ, ପାକିସ୍ତାନ ବିପକ୍ଷ ଘରୋଇ ସିରିଜ୍, ଦ ହଣ୍ଡ୍ରେଡ୍ ଏବଂ ଘରୋଇ ସିଜନ୍ ସାମିଲ୍ ଅଛି । ଏହାପରେ ଟି-୨୦ ବିଶ୍ୱକପ୍ ଆୟୋଜନ କରାଯିବ ।
ସେହିଭଳି ଅଷ୍ଟ୍ରେଲୀୟ ପୁରୁଷ ଦଳ ମଧ୍ୟ ସେପ୍ଟେମ୍ବରରେ ୩ଟି ଟି-୨୦ ମ୍ୟାଚ୍ ଖେଳିବାକୁ ଭାରତ ଆସିବ । ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ । ଅଷ୍ଟ୍ରେଲିଆର ପୁରୁଷ ଟିମ୍ ଚଳିତ ବର୍ଷ ଭାରତ ଭାରତ ଗସ୍ତ ଆସି ୪ଟି ଟେଷ୍ଟ, ୩ଟି ଏକଦିବସୀୟ ଏବଂ ୩ଟି ଟି-୨୦ ଖେଳିବାର ଥିଲା । କିନ୍ତୁ କରୋନା ଯୋଗୁ ଟି-୨୦ ବିଶ୍ୱକପ୍ ଏକବର୍ଷ ଯାଏଁ ଘୁଞ୍ଚିଯିବାରୁ ଲାଲ୍ ବଲ୍ରେ ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ମ୍ୟାଚ୍ ଆୟୋଜନ କରାଯିବ । ଭାରତୀୟ ପୁରୁଷ ଦଳ ୯-୧୯ ଜୁନ୍ ଯାଏଁ ଦକ୍ଷିଣ ଆଫି୍ରକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା ପରେ ଆର୍ୟାଲାଣ୍ଡ ଗସ୍ତରେ ଯାଇ ୨ଟି ଟି-୨୦ ମ୍ୟାଚ୍ ଖେଳିବ ।
ଅନ୍ୟପକ୍ଷେ ଟିମ୍ ଇଣ୍ଡିଆ ପାଇଁ ଆସନ୍ତା ଦୁଇବର୍ଷ ଅତି ଗୁରୁତ୍ୱପୂର୍ଣ୍ଣ । ଏହି କ୍ରମରେ ୨ଟି ବିଶ୍ୱକପ୍ ଅନୁଷ୍ଠିତ ହେବ । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ବ୍ୟତୀତ ଆସନ୍ତା ବର୍ଷ ଭାରତରେ ଏକଦିବସୀୟ ବିଶ୍ୱକପ୍ ଆୟୋଜନ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *