୧ଠ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କୃତ
ଭୁବନେଶ୍ୱର (ବୁ୍ୟରୋ): ସ୍ୱେଚ୍ଛାସେବୀ ସଂଗଠନ “ଆଇନା’ ଓ ୟୁନିସେଫ୍ ଓଡିଶା ସହଭାଗିତାରେ ‘କଲ୍ଲୋଳ ୨ଠ୨୧-୨୨’ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଛି । ଋତୁସ୍ରାବ ସମ୍ବନ୍ଧୀୟ ସ୍ୱଚ୍ଛତା ବିଷୟବସ୍ତୁ ସମ୍ପର୍କିତ ଅନ୍ଧବିଶ୍ୱାସକୁ ଦୂର କରିବା ତଥା ସଚେତନତାର ବାର୍ତ୍ତା ବାଣ୍ଟିବାକୁ ୧୦ଟି ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଚିତ୍ର ପ୍ରଦର୍ଶନ, ରେଡିଓ ଜିଙ୍ଗଲ, ଓଡିଶୀ ନୃତ୍ୟ ପ୍ରମୁଖ ପ୍ରଦର୍ଶିତ କରାଯିବା ସହ ପୁରସ୍କାର ବିତରଣ କରାଯାଇଛି ।
କଲ୍ଲୋଳ-୨୧-୨୨ ସଂସ୍କରଣରେ ୩୫ ମଧ୍ୟରୁୁ ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ଚୟନ କରାଯାଇ ପୁରସ୍କୃତ କରାଯାଇଛି । ତାପସ କୁମାର ରାଉତଙ୍କର ଉତ୍ସବ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ତାଙ୍କୁ ୪୫ ହଜାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଥିବା ଆୟୁଷ୍ମାନ ବଡପଣ୍ଡାଙ୍କ ଷ୍ଟେନ୍, ଜୁରୀ ଚୟସରେ ଅନନ୍ୟା କାନୁନଗୋଙ୍କ ମେକ୍ ଇଟ୍ ତ୍ରୀ, ଚିଲ୍ଡଡ୍ରେନ ଜୁରୀରେ ତୃପ୍ତିମୟୀ ଦେହୁରୀଙ୍କ ରଜସ୍ୱାଳା; ପ୍ରତ୍ୟେକଙ୍କୁ ୪୦ ହଜାର ଲେଖାଁଏ ପୁରସ୍କାର ରାଶି ସହ ମାନପତ୍ର, ତୃତୀୟ ସ୍ଥାନରେ ସପ୍ତର୍ଶି ମଣ୍ଡଳଙ୍କ ‘ହ୍ୱାଏ ଦ ସେମ’କୁ ୩୫ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଅନ୍ୱ୍ୱିଶ କୁମାରଙ୍କ ‘ବିନ୍ଦୁ’, ବିରେନ୍ଦ୍ର ବଲିୟାରସିଂହଙ୍କ ‘ପ୍ଲୋ’, ବିଧାଂଶୁ ତ୍ରିପାଠୀଙ୍କ ‘କାହିଁକି’, ଲୋକନାଥ ସାହୁଙ୍କ ‘ପ୍ୟାଡ୍ ନଥିଂଗ୍ ସାଏ’, ସଂଗ୍ରାମ କେଶରୀଙ୍କ ‘ଋତୁସ୍ରାବ ପର୍ବ’ ଆଦିକୁ ସାନ୍ତ୍ୱନାମୂଳକ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର କାର୍ଯ୍ୟକାରୀ ନିଦେ୍ର୍ଦଶକ ତନୟା ପଟ୍ଟନାୟକ, ଓଏସଏମସିଏଲର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ, ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନେଲସନ୍, ଆଇନାର ସମ୍ପାଦିକା ସ୍ନେହ ମିଶ୍ର, ୟୁନିସେଫର ୱାସ୍ ବିଶେଷଜ୍ଞ ସିପ୍ରା ସକ୍ସେନା ପ୍ରମୁଖ ଋତୁସ୍ରାବ ସଚେତନତା ବିଷୟରେ ଆଲୋକପାତ କରିଥିଲେ ।