ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର

ବାରଙ୍ଗ (ଆପ୍ର): ନନ୍ଦନକାନନ ପାଇଁ ୨୦୨୨ ସମ୍ପୂର୍ଣ୍ଣ ଅଶୁଭ ସାବ୍ୟସ୍ତ ହୋଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ନିରୀହ ପ୍ରାଣୀଙ୍କର ଅକାଳରେ ଜୀବନ ଚାଲିଯାଉଥିବା ବେଳେ ଆଜି ପୁଣି ଏକ ଅଘଟଣ ଘଟିଛି । ଜଳହସ୍ତୀ ରହୁଥିବା ୬୩-ନଂ ଖୁଆଡ଼ରେ ଏକ ୩-ଫୁଟିଆ କୁମ୍ଭୀରକୁ ପର୍ଯ୍ୟଟକମାନେ ଦେଖି ଭୟଭୀତ ହୋଇ ହୋ ହଲ୍ଲା କରିଥିଲେ । ଜନ୍ତୁ ରକ୍ଷକ ଜଳହସ୍ତୀ ଖୁଆଡରେ ପହଞ୍ଚô ଏକ କୁମ୍ଭୀର ଶୋଇଥିବା ଦେଖିବାକୁ ପାଇଥିଲେ । ଏତେ ବଡ଼ କୁମ୍ଭୀର ଏତେଦିନ କିପରି ଜଳହସ୍ତୀ ଖୁଆଡ଼ରେ ରହିଥିଲା, କେଉଁଠୁ ଆସିଲା ଓ କେହି ଜାଣିପାରିଲେନି ତାହା ବିସ୍ମୟ ସୃଷ୍ଟି କରିଛି । କୁମ୍ଭୀରଟି ଖୁଆଖ ପୋଖରୀରେ ଲୁଚି ଯିବାରୁ ତାକୁ ଧରିବା କଷ୍ଟକର ହୋଇଛି । କୁମ୍ଭୀର ଧରା ଅଭିଯାନରେ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର କାଣ୍ଡିଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି ।
ନନ୍ଦନକାନନ ଉପ ନିଦେ୍ର୍ଦଶକ ଡ. ସଞ୍ଜିତ କୁମାର କହିଛନ୍ତି, ନନ୍ଦନକାନନରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ବାସ କରୁଛନ୍ତି । ଅନେକ ସମୟରେ ବୁଲା କାଉ, ବଗ ଆଦି ଖାଦ୍ୟ ସଂଗ୍ରହରେ ପରିସରରେ ଥିବା ଖୁଆଡ଼ ମଧ୍ୟକୁ ପ୍ରବେଶ କରି କୁମ୍ଭୀର ଫୁଟାଇଥିବା ଛୁଆକୁ ଉଠାଇ ନେଇ ଜଳହସ୍ତୀ ଖୁଆଡ଼ରେ ପକାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଖାଦ୍ୟ ଖାଉଥିବା ବେଳେ ଛୁଆ କୁମ୍ଭୀରଟି ଖୁଆଡରେ ଥିବା ପାଣି କୁଣ୍ଡରେ ପଡି ବଡ଼ ହୋଇଥିବା ନଜିର ମଧ୍ୟ ଅଛି । ନନ୍ଦନକାନନ ପାଇଁ ଏହା କୌଣସି ନୂଆ ଘଟଣା ହୋଇ ନ ଥିବା ବେଳେ ଗତ ବର୍ଷ ମଧ୍ୟ ସମାନ ଅବସ୍ଥାରେ ଉକ୍ତ ଜଳହସ୍ତୀ ଓ ବାଘ ଖୁଆଡରୁ କୁମ୍ଭୀର ଉଦ୍ଧାର ହୋଇଥିଲା । ଆଜି ଆଗକୁ ଜଳହସ୍ତୀଙ୍କ ପାଇଁ ବିପଦ ଥିବାରୁ ଖୁବଶୀଘ୍ର କୁମ୍ଭୀରକୁ ଧରିବା ପାଇଁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *