୯୧ ହଜାର ରେଳ କର୍ମଚାରୀଙ୍କୁ ତକ୍ରାଳ ଛଟେଇ ଆଦେଶ

ନୂଆଦିଲ୍ଲୀ,୨୮ା୫: ରେଳବାଇର ଅଣସୁରକ୍ଷା ବର୍ଗ ଅନ୍ତର୍ଗତ ୯୧,୬୨୯ ପଦରେ ଭବିଷ୍ୟତରେ ନିଯୁକ୍ତି ଦିଆଯିବ ନାହିଁ । ସରକାର ଏହି ପଦଗୁଡ଼ିକୁ ଅଣ ଜରୁରୀ ଦର୍ଶାଇ ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ରେଲୱେ ବୋର୍ଡ ପକ୍ଷରୁ ସମସ୍ତ ୧୭ ଜୋନାଲ୍ ରେଲୱେକୁ ନିଦେ୍ର୍ଦଶ ଦିଆଯାଇଛି । ତଦନୁଯାୟୀ ସବୁ ଜୋନ୍ର ଅଣସୁରକ୍ଷା ଶ୍ରେଣୀର ୫୦ ପ୍ରତିଶତ ପଦ ଉଚ୍ଛେଦ ହେବ । ଏଥିରେ ବାଣିଜ୍ୟ, ଇଞ୍ଜିନିୟରିଂ, ଆରପିଏଫ୍, ମେଡ଼ିକାଲ୍ ବିଭାଗ, ପ୍ରଶାସନିକ ବିଭାଗ, ଆକାଉଣ୍ଟସ୍, ଷ୍ଟୋର, ବୋର୍ଡର ଅଫିସର ଓ କର୍ମଚାରୀ ସାମିଲ । ଉକ୍ତ ଆଦେଶ ବଳରେ ରେଲୱେର ବିଭିନ୍ନ ଉତ୍ପାଦନ ୟୁନିଟ୍, ଚକ-ଇଞ୍ଜିନ୍ କାରଖାନା ଓ କୋଚ୍ ଫ୍ୟାକ୍ଟି୍ରଗୁଡ଼ିକର ଅନେକ କର୍ମଚାରୀ ମଧ୍ୟ ଚାକିରି ହରାଇବେ ।
ଏବେ ରେଳବାଇର ଅଣସୁରକ୍ଷା ବର୍ଗରେ ଅଛନ୍ତି ମୋଟ୍ ୪ ଲକ୍ଷ ୫୨ ହଜାର ୮୨୫ କର୍ମଚାରୀ । ସେଥିରୁ ୯୧ ହଜାର ୬୪୯ ପଦ ତତ୍କାଳ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ରେଲୱେ ବୋର୍ଡ ଚଳିତ ମାସ ୨୦ ତାରିଖ ଦିନ ଜାରି କରିଥିବା ଦିଶାନିଦେ୍ର୍ଦଶରେ ଉଲ୍ଲେଖ କରାଯାଇଛି । ଏମାନଙ୍କୁ ମେ’ ୩୧ ସୁଦ୍ଧା ଛଟେଇ କରି ଆଦେଶ ଅନୁପାଳନ ରିପୋର୍ଟ ବୋର୍ଡକୁ ପଠାଇବା ଲାଗି ଜୋନାଲ୍ ରେଲୱେ ଓ ରେଳ ଉତ୍ପାଦନ ୟୁନିଟ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।
୯୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯିବା ସତ୍ତ୍ୱେ ବିଭିନ୍ନ ବିଭାଗର ଖାଲି ପଦଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ମନ୍ତ୍ରାଳୟର ଏକ ବିବୃତି ଅନୁଯାୟୀ, ୨୦୧୯ରେ ୧୯,୮୫୧, ୨୦୨୦ରେ ୧ ଲକ୍ଷ ୨୬ ହଜାର ୭୬୫ ଓ ୨୦୨୧ରେ ୪୫୩୪ ପଦ – ଏହିପରି ଗତ ୩ ବର୍ଷରେ ମୋଟ୍ ୧ ଲକ୍ଷ ୪୮ ହଜାର ୧୫୦ ପଦ ପାଇଁ କର୍ମଚାରୀ ଚୟନ କରାଯାଇଛି । ସ୍ୱୀକୃତ ୧୫ ଲକ୍ଷ ୬ ହଜାର ମଧ୍ୟରୁ ସାଢ଼େ ୧୩ ଲକ୍ଷ କର୍ମଚାରୀ ଏବେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ।
ଅଣନିରାପତ୍ତା ବର୍ଗର ହଜାର ହଜାର କର୍ମଚାରୀଙ୍କୁ ମେ’ ୩୧ ସୁଦ୍ଧା ଛଟେଇ କରାଯିବା ନିଷ୍ପତ୍ତିକୁ ରେଲୱେ ୟୁନିୟନ୍ (ଏଆଇଆର୍ଏଫ୍) ତୀବ୍ର ବିରୋଧ କରିଛି । ସଂଘର ଜେନେରାଲ୍ ସେକ୍ରେଟାରୀ ଶିବ ଗୋପାଳ ମିଶ୍ର କହିଛନ୍ତି ଏହି ନିଷ୍ପତ୍ତି ବିରୋଧରେ ଦେଶସାରା ଜୋନାଲ୍ ମୁଖ୍ୟାଳୟ, ଡିଭିଜନ୍ ଓ ଉତ୍ପାଦନ ୟୁନିଟ୍ଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯୁବପିଢ଼ିର ଭବିଷ୍ୟତ ନଷ୍ଟ କରିବା ସରକାରଙ୍କ ପାଇଁ ମହଙ୍ଗା ପଡ଼ିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *