ଚୀନ୍ରେ ଜଳ ପ୍ରଳୟ

ବେଜିଂ (ଏଜେନ୍ସି): ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଚୀନ୍ରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଏବଂ ବନ୍ୟା କାରଣରୁ ବର୍ତ୍ତମାନ ସୁଦ୍ଧା ଏହି ପ୍ରାନ୍ତରୁ ୧୫ଜଣଙ୍କ ମୃତୁ୍ୟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସେହିପରି ଅନେକ ଲୋକ ନିଖୋଜ ରହିଥିବା ବେଳେ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିିଳିପାରୁନଥିବା ମଧ୍ୟ କୁହାଯାଇଛି । ଅନ୍ୟପକ୍ଷେ ଲଗାଣ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଭୂସ୍ଖଳନ ତଥା କୋଠା ଭୁଶୁଡି ପଡ଼ିବା ଘଟଣା ଘଟି ୮ଜଣଙ୍କ ମୃତୁ୍ୟ ହୋଇଥିବା ଭଳି ସମ୍ବାଦ ମଧ୍ୟ ଚୀନ ସରକାରୀ ସମାଚାର ଏଜେନ୍ସି ସିନୁ୍ୟହା ନିଜ ରିପୋର୍ଟରେ ଦର୍ଶାଇଛି । ସେହିପରି ଚୀନର ଅନ୍ୟତମ ସରକାରୀ ନୁ୍ୟଜ୍ ଚ୍ୟାନେଲ ସିସିଟିଭି ଅନୁସାରେ ୟୁତ୍ରାନ୍ ପ୍ରାନ୍ତରେ ବର୍ଷା ଯୋଗୁଁ ୫ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ୩ଜଣ ନିଖୋଜ ଅଛନ୍ତି । ପ୍ରବଳ ଜଳ ପ୍ରବାହ ଯୋଗୁଁ ୟୁତ୍ରାନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତା, ପୋଲ, ଦୂରସଞ୍ଚାର ଏବଂ ବିଜୁଳି ଉତ୍ପାଦନ ପ୍ଲାଣ୍ଟ ଆଦି କ୍ଷତିଗ୍ରସ୍ତ ହୋଇଛି । ଯୋଗାଯୋଗ ଏବଂ ଯାତାୟାତ ବନ୍ଦ ହୋଇଯାଇଛି । ପ୍ରଭାବିତ ଅଞ୍ଚଳଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *