ମାଲ୍ଗୋଦାମରୁ ଅପମିଶ୍ରିତ ସସ୍ ଜବତ

କଟକ/ବାରଙ୍ଗ (ବୁ୍ୟରୋ): କଟକରୁ ପୁଣି ନକଲି ସାମଗ୍ରୀ ଜବତ କରାଯାଇଛି । ଶୁକ୍ରବାର ନକଲି ମୃଦୁପାନୀୟ କାରଖାନା ଠାବ ହେବା ପରେ ଶନିବାର ମାଲଗୋଦାମ ଅଞ୍ଚଳରେ ଅପମିଶ୍ରିତ ସସ୍ କାରଖାନା ଉପରେ କମିଶନରେଟ ପୁଲିସ ଚଢ଼ଉ କରି ବିପୁଳ ନକଲି ସସ୍ ଜବତ କରିଛି । ଏହି ଘଟଣାରେ ମାଲଗୋଦାମ ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ସନ୍ତୋଷ ସାହୁ ଓ ପବିତ୍ର ସାହୁଙ୍କୁ ଅଟକ ରଖିଛି । ଏମାନେ ୨ ବର୍ଷ ହେଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ନକଲି ସସ୍ ଚାଲାଣ କରୁଥିଲେ । କଖାରୁ ଓ ନିମ୍ନମାନର କେମିକାଲରୁ ଏସବୁ ପ୍ରସ୍ତୁତ କରାଯାଉଥିଲା । ପୁଲିସ ଓ ସିଏମସି ପକ୍ଷରୁ ମାଲଗୋଦାମରେ ଚଢ଼ଉ ହୋଇଥିଲା । ସେଠାରୁ କାରଖାନା ବିଷୟରେ ସୂଚନା ପାଇ ବାରଙ୍ଗ ଦାଢ଼ାପାଟଣା ପଞ୍ଚାୟତର ସୀତାରାମ ବଜାରରୁ ବିପୁଳ ସସ୍ ଜବତ କରାଯାଇଛି ।
ମାଲଗୋଦାମରେ ଅପମିଶ୍ରିତ ସସ୍ ବିକ୍ରି ହେଉଥିବା ନେଇ ଖବର ପାଇ ସିଏମସି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୋଦାମରେ ଚଢ଼ଉ କରାଯାଇଥିଲା । ସେଠାରେ ସସ୍କୁ ନେଇ ସନେ୍ଦହ ହେବାରୁ ପୁଲିସ କାରଖାନା ଖୋଜିଥିଲା । ସୀତାରାମ ବଜାରରେ ଥିବା ନକଲି ସସ୍ କାରଖାନା ଉପରେ ଚଢ଼ଉ କରାଯାଇ୧୦୦ ପେଟିରୁ ଊଦ୍ଧ୍ୱର୍ ଅପମିଶ୍ରିତ ସସ୍, ନିମ୍ନମାନର କଖାରୁ, କେମିକାଲ, ଏସିଡ୍, ରଙ୍ଗ, ପ୍ୟାକିଂ ମେସିନ ଏବଂ ଓଜନ ମେସିନ ଜବତ କରାଯାଇଛି । ଅଧିକାରୀମାନେ କହିଛନ୍ତି, ସସ୍ର ମାନକୁ ପରୀକ୍ଷା କରିବା ପାଇଁ ପଠାଯାଇଛି । ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଏବଂ କଞ୍ଚାମାଲ୍ କେଉଁଠୁ ଆସିଛି ସେନେଇ ଉପରୋକ୍ତ ଦୁଇଜଣଙ୍କୁ ପଚରାଉଚରା କରାଯାଉଛି । ଚଢ଼ଉରେ ଜୋନ-୧ ଏସିପି ଶୁଭନାରାୟଣ ମୁଦୁଲି, ମାଲଗୋଦାମ ଥାନା ଆଇଆଇସି ତୃପ୍ତିରଞ୍ଜନ ନାୟକ, ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର ସାମିଲ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *