ମେସିନ କରୁଛି ମନରେଗା କାମ

ଜବ୍କାର୍ଡଧାରୀ ନିରାଶ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମେସିନ ଦ୍ୱାରା କାମ ହେଉଥିବା ବେଳେ ଜବକାର୍ଡ ଧାରୀମାନେ ନିରାଶରେ ହାତବାନ୍ଧି ବସି୍ଥିବାର ଅଭିଯୋଗ ହୋଇଛି । ବ୍ଲକରେ ହେଉଥିବା କୂଅ, ପୋଖରୀ, କେନାଲ, ଟ୍ରେଞ୍ଚ ଭଳି ବିଭିନ୍ନ କାର୍ଯ୍ୟରେ ମେସିନ ଲଗାଇ ଠିକାଦାର କାମ କରୁଛନ୍ତି । ପରେ ଜବକାର୍ଡ ଧାରୀଙ୍କ କାର୍ଡକୁ ଚଞ୍ଚକତାର ସହିତ ଟ୍ୟାଗ କରି ଏହାର ଫାଇଦା ଉଠାଉଛନ୍ତି । ବ୍ଲକର କନିଷ୍ଠ ଯନ୍ତ୍ରୀମାନେ କାର୍ଯ୍ୟର ତଦାରଖ କରୁନଥିବାର ଅଭିଯୋଗ ହେଉଛି । ଚାନ୍ଦପୁର ପଞ୍ଚାୟତ କାଉଁଶନାଳୀ ଉପର ବନ୍ଧ କୋଡ ନମ୍ବର ୨୪୦୭୦୦୫୦୦୬/ ଡବ୍ଲୁ୍ୟଏଚ/ ୧୦୩୮୮୨୨୩ରୁ ମାଟି ଆଣି ଗାଡି ସାହାଯ୍ୟରେ ସେହି ଗ୍ରାମର ଖେଳ ପଡିଆରେ ପକାଯାଉଛି । କୋଡ ନମ୍ବର ୨୪୦୭୦୦୫୦୦୬/ ଏଭି/ ୧୪୯୧୯୫୬ରେ ତିନି ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର ହୋଇଛି । କିନ୍ତୁ ଦୁଇଟି କାମ ଏକାଥରକେ ହେଉଥିବା ବେଳେ ଜବ କାର୍ଡଧାରୀମାନେ ନିରାଶରେ ବସିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *