୩ଠରେ ଦ୍ୱିପାକ୍ଷିକ ବୈଠକ
ସିନ୍ଧୁ ଜଳ ଚୁକ୍ତି: ଭାରତ ଆସିବେ ପାକ୍ ପ୍ରତିନିଧି
ଇସଲାମାବାଦ୍ (ଏଜେନ୍ସି): ପାକିସ୍ତାନର ଅନେକ ଅଞ୍ଚଳରେ ଏବେ ବିଜୁଳି କାଟ୍ ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଥିବା ଅନେକ ପାୱାରପ୍ଲାଣ୍ଟଗୁଡ଼ିକ ନିଜ କ୍ଷମତା ଅନୁସାରେ ବିଜୁଳି ଉତ୍ପାଦନ କରିପାରୁନାହାନ୍ତି । ଏହାଦ୍ୱାରା ପାକିସ୍ତାନରେ ବିଜୁଳି ସଂକଟ ଦିନକୁ ଦିନ ଅତ୍ୟନ୍ତ ଉକ୍ରଟ ହେବାରେ ଲାଗିଛି । ଏସବୁ ମଧ୍ୟରେ ପାକିସ୍ତାନର ୫ ସଦସ୍ୟବିଶିଷ୍ଟ ପ୍ରତିନିଧିମଣ୍ଡଳ ମେ’ ୩ଠରେ ଭାରତ ଗସ୍ତରେ ଆସୁଥିବା ସମ୍ପର୍କରେ ସୂଚନା ମିଳିଛି । ଏହି ଅବସରରେ ଭାରତ-ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତି ସହ ଜଡିତ ୩ ହାଇଡ୍ରୋପାୱାର ପ୍ରୋଜେକ୍ଟ (ପ୍ରକଳ୍ପ) ଉପରେ ଚର୍ଚ୍ଚା କରିବେ । ଏଥିମଧ୍ୟରୁ ଗୋଟିଏ ହାଇଡ୍ରୋପାୱାର ପ୍ରକଳ୍ପର ବିଦୁ୍ୟତ୍ ଉତ୍ପାଦନ କ୍ଷମତା ୧ଠଠଠ ମେଗାୱାଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉପରେ ଆଧାରିତ ବୋଲି ଜଣାପଡିଛି । ସେହିପରି ଦ୍ୱିତୀୟଟିର ବିଦୁ୍ୟତ୍ ଉତ୍ପାଦନ କ୍ଷମତା ୪୮ ମେଗାୱାଟ ଏବଂ ତୃତୀୟଟିର ବିଦୁ୍ୟତ୍ ଉତ୍ପାଦନ କ୍ଷମତା ୬୨୪ ମେଗାୱାଟ୍ ପର୍ଯ୍ୟନ୍ତ ବୃଦ୍ଧି କରିବା ଭଳି ପ୍ରସଙ୍ଗ ଉପରେ ଏହି ଆଲୋଚନା ହେବ ବୋଲି କୁହାଯାଉଛି ।
ପାକିସ୍ତାନର ଏହି ପ୍ରତିନିଧିମଣ୍ଡଳୀ ବାଘା ସୀମା ଦେଇ ଭାରତ ଆସିବେ ଏବଂ ୩ଠ ମେ’ରେ ନୂଆଦିଲ୍ଲୀରେ ପହଞ୍ଚôବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନ ଅର୍ଥାତ୍ ୩ଠ/୩୧ ମେ’ରେ ଦ୍ୱିପାକ୍ଷିକ ଆଲୋଚନା ହେବ ଏବଂ ୧ ଜୁଲାଇରେ ଏହି ପ୍ରତିନିଧିମଣ୍ଡଳ ପାକିସ୍ତାନ ଫେରିଯିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଦୁଇ ଦେଶ ମଧ୍ୟରେ ଏହାକୁ ମିଶାଇ ୧୧୮ତମ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ଅବସରରେ ଦୁଇ ଦେଶ ବନ୍ୟା ସମ୍ପର୍କୀତ ତଥ୍ୟ ଆଦାନପ୍ରଦାନ ଏବଂ ସିନ୍ଧୁ ଜଳ ସ୍ଥାୟୀ ଆୟୋଗ (ପିସିଆଇଡବ୍ଲୁ୍ୟ)ର ବାର୍ଷିକ ରିପୋର୍ଟ ଉପରେ ମଧ୍ୟ ଚର୍ଚ୍ଚା ହେବ । ସିନ୍ଧୁ ଜଳ ଉପରେ ପାକିସ୍ତାନ କମିଶନର ସୈୟଦ୍ ମେହର ଅଲ୍ଲୀ ଶାହା କହିଛନ୍ତି ଯେ, ଏହା ୧୧୮ ତମ ଦ୍ୱିପାକ୍ଷିକ ପିସିଆଇଡବ୍ଲୁ୍ୟ ସ୍ତରୀୟ ଆଲୋଚନା ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ୨ଠ୨୨, ମାର୍ଚ୍ଚରେ ୨ରୁ ୪ତାରିଖ ପର୍ଯ୍ୟନ୍ତ ୩ଦିନି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।