୩ ପଞ୍ଚାୟତକୁ ସଂଯୋଗ ରାସ୍ତା ଶଗଡ଼ଗୁଳା

କେବେ ମାଟି ମୁଠାଏ ପଡ଼ିଛି କେହି ଜାଣିନାହାନ୍ତି
ବନ୍ତ (ଆପ୍ର): ବନ୍ତ ବ୍ଲକ୍ ମନୋହାରପୁର ଦେଇ ବସନ୍ତିଆ, ରାମଚନ୍ଦ୍ରପୁର ଓ ଆଡ଼ିଆ ଆଦି ୩ ପଞ୍ଚାୟତକୁ ସଂଯୋଗ କରିଥିବା ସର୍ବପୁରାତନ ରାସ୍ତା ଅବ୍ୟବସ୍ଥା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତାକୁ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ତେବେ ପୁଣିଥରେ ଅଞ୍ଚଳବାସୀ ରାସ୍ତା ସମସ୍ୟା ସମ୍ପର୍କରେ ଜିଲ୍ଲାପରିଷଦ ଅଧ୍ୟକ୍ଷ, ବନ୍ତ ବ୍ଲକ୍ ଅଧ୍ୟକ୍ଷ ଓ ବିଡିଓଙ୍କ ନିକଟରେ ଦାବି କରିଛନ୍ତି ।
୩ କିମି ରାସ୍ତା ଏହି ଅଞ୍ଚଳପାଇଁ ମୁଖ୍ୟରାସ୍ତା ଥିବାରୁ ଏହା ୨ ଜିଲ୍ଲାକୁ ବି ସଂଯୋଗ କରୁଛି । ଫଳରେ ସ୍ୱାଧିନତା ପୂର୍ବରୁ ଏହି ରାସ୍ତା ସମ୍ପୃକ୍ତ ଅଞ୍ଚଳ ପାଇଁ ସର୍ବପୁରାତନ ରାସ୍ତା ଥିଲା । ଶିକ୍ଷାଦାନ ପାଇଁ ଅଢ଼ାଳପଙ୍କରେ ସର୍ବପୁରାତନ ହାଇସ୍କୁଲ କୃପାସିନ୍ଧୁ ହାଇସ୍କୁଲ୍ ଓ ଅଗାରପଡ଼ାର କୃଷ୍ଣଚରଣ ବିଦ୍ୟାମନ୍ଦିର ଓ ସିଟି ସ୍କୁଲ୍ ଥିବାରୁ ଏହି ରାସ୍ତା ଦେଇ ବହୁ ଦୂର ଦୂରାନ୍ତରରୁ କେନ୍ଦୁଝର ଜିଲ୍ଲାର ଖପରାଖାଇ, ନାହା, ମିଠିଗାଁ, ବନ୍ତଳା, ମରେଇଗାଁ, ସଢ଼ା ଆଦି ବିଭିନ୍ନସ୍ଥାନରୁ ଛାତ୍ରଛାତ୍ରୀ ଶିକ୍ଷାଦାନ ପାଇଁ ଆସୁଥିଲେ । ବର୍ତ୍ତମାନ ବିଭିନ୍ନସ୍ଥାନକୁ ପକ୍କ୍ା ଓ ପିଚୁ ରାସ୍ତା ନିର୍ମାଣ ହେଉଥିବାରୁ ଏହା ଏବେ ଲୋକଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଛି । ରାସ୍ତାରେ କେବେଠୁ ଦୀର୍ଘବର୍ଷ ହେବ ମାଠି ମୁଠାଏ ପଡ଼ିନି ତାହା କାହାକୁ ବି ଜଣାନାହିଁ ।
ଅନ୍ୟପକ୍ଷରେ ଉକ୍ତ ରାସ୍ତା ମଧ୍ୟ ସିଲନ୍ଦି, ବସନ୍ତିଆକୁ ଯିବାକୁ କମ୍ ଦୈର୍ଘ୍ୟ ଧାରଣ କରୁଥିବାରୁ ଟାଇଗୁଣା, ବେଲଗଢ଼ିଆ, ଅଢ଼ାଳପପଙ୍କ, ଆଡ଼ିଆ ଆଦି ଅଞ୍ଚଳରୁ ଲୋକମାନେ ଏହି ରାସ୍ତା ଦେଇ ଯାତାୟତ କରୁଥିଲେ । ହେଲେ ଉକ୍ତ ରାସ୍ତା ଆଜି ଅବହେଳିତ ହୋଇ ପଡ଼ିରହିଛି । ଅଢ଼ାଳପଙ୍କରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର, ବରୋଦା ବ୍ୟାଙ୍କ ଓ କୃପାସିନ୍ଧୁ ହାଇସ୍କୁଲ୍କୁ ଯିବାକୁ ରାସ୍ତା ମାତ୍ର ୩କିମି ଥିବାରୁ ଓ ଏହା ଯାତାୟତ ଅନୁପଯୋଗୀ ଯୋଗୁଁ ୭ କିମି ରାସ୍ତା ବୁଲି ଅଢ଼ାଳପଙ୍କକୁ ଉକ୍ତ ଅଞ୍ଚଳର ଲୋକମାନେ ଗମନାଗମନ କରୁଛନ୍ତି । ଏଣୁ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରିବାକୁ ଗାଁର ହରିହର ଜେନା, ଶୁଭ୍ରଜ୍ୟୋତି ମଲ୍ଲିକ, ସଂଜିବ ସାହୁ, ସୁବାଶ ଜେନା, ଗୋ÷ରାଙ୍ଗ ସାହୁ, ସୁଧାକର ତ୍ରୀପାଠୀଙ୍କ ସମେତ ଅନ୍ୟମାନେ ପ୍ରମୁଖ ଜିଲ୍ଲାପରିଷଦ ଅଧ୍ୟକ୍ଷ, ବିଡିଓ, ବ୍ଲକ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *