ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ

ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରୁ ଚତୁରତାର ସହ ନାମୀଦାମୀ କମ୍ପାନୀର ଦାମୀ ବାଇକ୍ ଲୁଟ୍ କରି ବାଇକ୍ ଲୁଟେରାମାନେ ସଙ୍ଗେ ସଙ୍ଗେ ଗାଡି ନମ୍ବରକୁ ବଦଳାଇ ବିକ୍ରି କରୁଥିଲେ ତ ଆଉ କେତେବେଳେ ନିଜେ ଚଲାଇ ସଉକ୍ ମନାଉଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଠାବକରି ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବୈଦ୍ୟନାଥପୁର ପୁଲିସ୍ । ଏନେଇ ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠୀ ଦେଇଥିବା ସୂଚନା ପ୍ରକାରେ, ଉକ୍ତ ଥାନା ଅନ୍ତର୍ଗତ ଖୋଡାସିଂ ମୋଗୁଲି ମାର୍କେଟ୍ ପଛରେ ରହୁଥିବା ଶ୍ରୀଧର ବେହେରା ଓରଫ୍ ଶିବା (୧୮) ଏହି ଗ୍ୟାଙ୍ଗର ମୁଖ୍ୟ ବୋଲି କୁହାଯାଉଥିବା ବେଳେ ତାର ଜଣେ ସହଯୋଗୀ ୟୁର୍ନିଭସିଟି କ୍ୟାମ୍ପସ ନିକଟ ନୂଆ ବାଦପୁର ଗ୍ରାମର ଜଣେ ନାବାଳକ ସହ ମିଶି ଏହି ଲୁଟ୍ ଗ୍ୟାଙ୍ଗକରି ଚତୁରତାର ସହ ଆଖି ପିଛୁଳାକେ ନାମୀ କମ୍ପାନୀର ଗାଡ଼ିକୁ ଲୁଟ୍କରି ନେଉଥିଲେ । ଗତ ୨୪.୫.୨୦୨୨ରିଖରେ କମାପଲ୍ଲୀ ବଡ଼ସାହିରେ ଏକ କେଟିଏମ୍ ବାଇକ୍ ଚୋରି ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବାପରେ ପୁଲିସ୍ ଅଭିଯୋଗକୁ ଭିତ୍ତିକରି ସାହିରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚକରି ପ୍ରଥମେ ଶ୍ରୀଧରକୁ ଗିରଫ କରି ପଚରାଉଚୁରା କରିବାପରେ ତାର ଅନ୍ୟ ୪ ସହଯୋଗୀ ମିଶି ଏହି ଗାଡି ଚୋରିରେ ସମ୍ପୃକ୍ତ ଥିବା କହିଥିଲା ।
ଅନ୍ୟ ଗିରଫମାନେ ହେଲେ ଖୋଡାସିଂ ତୋଟା ସାହିର ସୁଶାନ୍ତ ଦାସ ଓରଫ୍ ହରି ଓରଫ୍ ପାଣ୍ଡା(୨୩) ଓ ବବୁଲ କୁମାର ଦାସ ଓରଫ୍ କାଳିଆ ଓରଫ୍ ରାଜେଶ(୨୩), ଭୁବନେଶ୍ୱର ଖଣ୍ଡଗିରିର ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ରହୁଥିବା ସୌମ୍ୟରଞ୍ଜନ ମିତ୍ର(୧୯)କୁ ପୁଲିସ୍ ଏହି ଲୁଟ୍ ଘଟଣାରେ ଗିରଫ କରିଥିବା ବେଳେ ନୂଆ ବାଦପୁର ଗ୍ରାମର ୧୭ବର୍ଷର ନାବାଳକକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିବା ପୁଲିସ୍ କହିଛି । ଗିରଫମାନଙ୍କ ଠାରୁ ୯ଟି ଦାମୀ ବାଇକ୍ ଜବତ ହୋଇଛି । ଗିରଫମାନଙ୍କୁ ଶନିବାର ସନ୍ଧ୍ୟାରେ ଥାନା କେଶ୍ ନମ୍ବର ୧୪୨/୨୨ ପ୍ରକାରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ଏମାନଙ୍କୁ ଗିରଫ କରିବାରେ ବୈଦ୍ୟନାଥପୁର ଥାନାଧିକାରୀ ରାମ ମୁର୍ମୁ ଓ ତାଙ୍କ ଟିମ୍ ରହିଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *