ରୋଗୀଙ୍କ ଶରୀରରୁ ବାହାରିଲା ୨କେଜିର ଟୁ୍ୟମର୍
ଏସ୍ସିବିରେ ବିରଳ ଅସ୍ତ୍ରୋପଚାର
କଟକ (ବୁ୍ୟରୋ): ଏସ୍ସିବି ମେଡ଼ିକାଲରେ ଚିକିତ୍ସା ଇତିହାସରେ ପୁଣି ଏକ ସଫଳ ଅଧ୍ୟାୟ ଯୋଡ଼ି ହୋଇଛି । କିଡ଼ନୀ କର୍କଟ ରୋଗରେ ପୀଡ଼ିତଙ୍କ ଶରୀରରୁ ୨ କିଲୋ ଓଜନର ଟୁ୍ୟମର ଅପରେସନ କରାଯାଇ କଢ଼ାଯାଇଛି । ହୃତପିଣ୍ଡରୁ ମାତ୍ର ଏକ ସେଣ୍ଟିମିଟର ଦୂରରେ ଥିବା ଏହି ଟୁ୍ୟମରକୁ ବାହାର କରିବା ପ୍ରାୟତଃ ଅସମ୍ଭବ ଥିଲା । ୟୁରୋଲୋଜି ଓ କାଡିଆଥୋରାସିସ୍ ବିଭାଗ ମିଳିତ ଟିମ୍ର ଉଦ୍ୟମରେ ଏହା ସଫଳ ହୋଇଛି । କାଡିଆଥୋରାସି ଓ ୟୁରୋଲୋଜି ବିଭାଗର ଏକ ୮ ଜଣିଆ ଟିମ୍ ଅତି ଜଟିଳ ତଥା ବିରଳ ଅସ୍ତ୍ରୋପଚରା ସଫଳତାର ସହିତ କରିଛନ୍ତି ।
ରୋଗୀ ଜଣକ କିଡ଼ନୀ କ୍ୟାନସରରେ ପୀଡ଼ିତ ଥିଲେ । ତାଙ୍କ ଶରୀରରେ ଏକ ଟୁ୍ୟମର ହୃତପିଣ୍ଡ ଆଡ଼କୁ ବଢ଼ିଚାଲିଥିଲା । ଫଳରେ ରେଗୀର ଜୀବନ ପ୍ରତି ବିପଦ ରହିଥିଲା । କେଉଁ ମୁହୂର୍ତ୍ତରେ କିଛି ବି ହୋଇପାରେ । ଏପରିସ୍ଥଳେ ଡାକ୍ତର ପ୍ରଥମେ ବାଇପାସ୍ ସର୍ଜରୀ କରି ହୃତପିଣ୍ଡକୁ ରକ୍ତ ସଞ୍ଚାଳନ ପ୍ରକ୍ରିୟା ସ୍ୱାଭାବିକ କରିବା ପରେ ୟୁରୋଲୋଜି ଡାକ୍ତର ୨ କିଲୋ ଓଜନର ଟୁ୍ୟମର ୭ ଘଣ୍ଟାର ଅପରେସନ କରି କଢ଼ାଯାଇଥିଲା । ତେବେ ବର୍ତ୍ତମାନ ରୋଗୀ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସରକାରଙ୍କ ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଥିବା ଡ଼ାକ୍ତର କହିଛନ୍ତି । ଭଦ୍ରକ ଜିଲ୍ଲାର ଅଲେଖ ବେହେରା (୬୫) ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିିତ ଥାଇ ଚିକିତ୍ସିତ ହେଉଥିଲେ । ତେବେ ଗତ କିଛି ଦିନ ତଳେ ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇପଡ଼ିଥିଲା । ପରୀକ୍ଷାରୁ ଜଣାପଡ଼ିଲା ଯେ ହୃତପିଣ୍ଡକୁ ଲାଗି କରି ଏକ ଟୁ୍ୟମର ବଢ଼ିଚାଲିଛି । ସଙ୍କଟାପନ୍ନ ଅବସ୍ଥାରେ ଏସସିବି ପହଞ୍ଚିବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ଡ଼ାକ୍ତରଙ୍କ ଅପ୍ରାଣ ଚେଷ୍ଟା ଓ ସହଯୋଗ ପାଇଁ ତାଙ୍କ ଜୀବନ ରକ୍ଷା ପାଇଥିବା ନେଇ ପରିବାର ଲୋକେ କହିଛନ୍ତି । ଏଥିପାଇଁ ପରିବାର ଲୋକ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏସସିବି କାଡ଼ିଆଥୋରାସି ବିଭାଗୀୟ ମୁଖ୍ୟ ଡ଼ାକ୍ତର ମନୋଜ ପଟ୍ଟନାୟକ, ଡାକ୍ତର ସମୀର ସ୍ୱାଇଁଙ୍କ ସମେତ ୮ ଜଣିଆ ଟିମ୍ ଏହି ବିରଳ ଅପରେସନକୁ ସଫଳ କରିଛନ୍ତି । ସୁଯୋଗ ମିଳିଲେ ଆଗାମୀ ଦିନରେ ଏହିପରି ସର୍ଜରୀ ଅଧିକରୁ ଅଧିକ କରାଯିବ ବୋଲି ଡାକ୍ତର କହିଛନ୍ତି ।