୭ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗିରଫ

ପୁରୀ ପୁଲିସ୍କୁ ସଫଳତା
ପୁରୀ (ବୁ୍ୟରୋ): ସହରରେ ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ୭ଜଣିଆ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀକୁ ଗିରଫ କରିଛି ପୁରୀ ପୁଲିସ । ସେମାନଙ୍କଠାରୁ ପୁଲିସ ୪ଟି ବନ୍ଧୁକ, ୪ଟି ଅଫୁଟା ଗୁଳି, ୨ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି କନୱାର ବିଶାଲ ସିଂ ।
ଏସ୍ପି ଶ୍ରୀ ସିଂ ଆହୁରୀ କହିଛନ୍ତି, ଏହି ଗ୍ୟାଙ୍ଗର ମୁଖ୍ୟ ସଦରଥାନା ଅନ୍ତର୍ଗତ ରେଣ୍ଢାଗଡ଼ର ରତିକାନ୍ତ ପରିଡ଼ା (ରଷିଆ) । ତା’ ନାମରେ ୭ଟି ସଙ୍ଗୀନ ମାମଲା ରହିଛି । ସେହିଭଳି ଚନ୍ଦନପୁର ଥାନା ଅନ୍ତର୍ଗତ ଶିରୁଳିମହାବୀର ଅଞ୍ଚଳର ବିକ୍ରମ ପଣ୍ଡା (ବିକି), ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ରାଣିପଡ଼ାର ଅଶୋକ ସାହୁ, ଟାଉନଥାନା ଅନ୍ତର୍ଗତ ନୂଆପାଟଣାଗଳିରର ରୁଦ୍ରପ୍ରସାଦ ରାଉତ(ଗୁଡୁ) ନାମରେ ୫ଟି ମାମଲା ରହିଛି ଓ ହାଡ଼ଗୋଡ଼ିଆ ସାହିର ହରିଶ୍ଚନ୍ଦ୍ର ପୁଷ୍ଟି (ରକି) । ରକି ନାମରେ ଗୋଟିଏ ମାମଲା ରହିଛି । ସେହିପରି କୁମ୍ଭାରପଡ଼ା ଥାନା ଅନ୍ତର୍ଗତଖାକିମଠ ନୂଆସାହିର ଲୋକନାଥ ଦାଶ ଓ ବଉଳମଠ ଲେନ୍ର ରଞ୍ଜିତ୍ କୁମାର ମହାନ୍ତି । ଲୋକନାଥଙ୍କ ନାମରେ ୬ଟି ମାମଲା ରହିଥିବା ବେଳେ ରଞ୍ଜିତ୍ ନାମରେ ଗୋଟିଏ ମାମଲା ରହିଛି । ଉପରୋକ୍ତ ୭ଜଣ ଅପରାଧୀ ସହ ଚୋରା ବେପାରୀଙ୍କୁ ସଦର, ଟାଉନ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ଗିରଫ କରାଯାଇଛି ।
ଅନ୍ୟପକ୍ଷରେ ଏହି ୭ଜଣଙ୍କ ମଧ୍ୟରୁ ୨ଜଣ ଚୋରା ବନ୍ଧୁକ ଯୋଗାଇବାରେ ସଂପୃକ୍ତ ରହିଛନ୍ତି । ତେବେ ଚଳିତବର୍ଷ ଆଜିସୁଦ୍ଧା ୧୬ଟି ବନ୍ଧୁକ ପୁଲିସ ଜବତ କରିବାରେ ସଫଳ ହୋଇଛି । ସହରକୁ କିଭଳି ବନ୍ଧୁକ ଆସୁଛି, ଏମାନେ କାହାଠାରୁ ଆଣୁଥିଲେ ତାହାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି । ଏମାନଙ୍କ ଆନ୍ତଃରାଜ୍ୟ ସଂପୃକ୍ତି ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସୂଚନାଥାଉକି, ଗତ କିଛି ଦିନ ତଳେ ଶ୍ରୀମନ୍ଦିର ସମ୍ମୁଖ ଏମାରମଠ ଚକଡ଼ାରେ ଲୋକନାଥ ମନ୍ଦିରର ଯୁବ ସେବାୟତ ଶିବରାମ ପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେହିଭଳି ଗତ ମାର୍ଚ୍ଚ ମାସରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ଏହି ଦୁଇ ଘଟଣାରେ ସହରରେ ଖୁଲମଖୋଲା ଚୋରା ବନ୍ଧୁକ ବୁଲୁଥିବା ସ୍ପଷ୍ଟ ହୋଇଥିଲା । ଏହାକୁ ଗୁରୁତର ଭାବେ ଗ୍ରହଣ କରିଥିଲେ ଏସ୍ପି । ଏସ୍ପିଙ୍କ ନିଦେ୍ର୍ଦଶକ୍ରମେ ୫ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *