୬ ହାଇକୋର୍ଟ ବିଚାରପତିଙ୍କ ବଦଳି ଜଷ୍ଟିସ୍ ଶୁଭାଶିଷ ଓଡ଼ିଶା ଆସିଲେ

କଟକ, ୨୭ ।୫ (ବୁ୍ୟରୋ): ସୁପ୍ରିମକୋର୍ଟ କଲେଜିୟମ୍ର ସୁପାରିସ କ୍ରମେ ବିଭିନ୍ନ ହାଇକୋର୍ଟର ୬ ଜଣ ବିଚାରପତିଙ୍କର ଅଦଳ ବଦଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ କଲିକତା ହାଇକୋର୍ଟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ତ୍ରିପୁରା ହାଇକୋର୍ଟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଲପତ୍ରାଙ୍କୁ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ କରାଯାଇଛି ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ଭି ରମନା, ଜଷ୍ଟିସ୍ ୟୁୟୁ ଲଲିତ ଓ ଜଷ୍ଟିସ୍ ଏମ୍ ଖାନ୍ୱାଲିକରଙ୍କୁ ନେଇ ଗଠିତ କଲେଜିୟମର ସୁପାରିସ୍ ଅନୁଯାୟୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତି ଅଶାନୁଦ୍ଦିନ ଅମାନୁଲ୍ଲାଙ୍କୁ ପାଟନା ହାଇକୋର୍ଟ ବଦଳି କରାଯାଇଛି । ମଣିପୁର ହାଇକୋର୍ଟର ଜଷ୍ଟିସ୍ ଲାନୁସୁଙ୍ଗକୁମ ଜମିରଙ୍କୁ ଗୌହାଟୀ ହାଇକୋର୍ଟକୁ ବଦଳି କରାଯାଇଛି । ଜମ୍ମୁକାଶ୍ମୀର ଓ ଲଦାଖ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଓ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପୁରୁଷେଇନ୍ଦ୍ର କୁମାର ଗୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି କରାଯାଇଛି । ଏନେଇ ଶୁକ୍ରବାର ସୁପ୍ରିମକୋର୍ଟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ସୁପ୍ରିମ୍କୋର୍ଟ କଲେଜିୟମ ହାଇକୋର୍ଟ ବିଚାରପତଙ୍କ ପଦୋନ୍ନତି, ବଦଳି ଆଦି ଉପରେ ନିଷ୍ପତ୍ତି ଗ୍ରହଣ କରିଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *