ରଥଯାତ୍ରା ନେଇ ପୁଲିସ୍ର ପ୍ରସ୍ତୁତି

କଟକ (ବୁ୍ୟରୋ): ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ପୁରୀରେ ନବଯୌବନ ଦର୍ଶନଠାରୁ ରଥଯାତ୍ରା ଓ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହେବ । କରୋନା କାଳରେ ୨ବର୍ଷ ଧରି ଭକ୍ତ ଗହଣରେ ରଥଯାତ୍ରା ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇପାରିନଥିଲା । କଟକଣା ହଟିଥିବାରୁ ଚଳିତବର୍ଷ ପୁରୀରେ ପ୍ରବଳ ଭକ୍ତ ସମାଗମ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି କ୍ରମରେ ଶୁକ୍ରବାର କଟକସ୍ଥିତ ପୁଲିସ୍ ମୁଖ୍ୟାଳୟରେ ଡିଜିପି ସୁନୀଲ୍ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି । ରଥଯାତ୍ରା ପାଇଁ ଅଧିକ ସକି୍ରୟ ଓ ସଜାଗ ରହିବାଲାଗି ଡିଜିପି ଅଫିସରମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ନବଯୌବନ ଦର୍ଶନ, ଗୁଣ୍ଡିଚା ଯାତ୍ରା, ବାହୁଡ଼ା, ସୁନାବେଶ ଭଳି ପ୍ରମୁଖ ନୀତିକାନ୍ତିବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଅତିରିକ୍ତ ସୁରକ୍ଷାସ୍ୱରୂପ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ ଏବଂ ସିଆର୍ପିଏଫ୍ଙ୍କୁ ମଧ୍ୟ ମୁତୟନ କରାଯିବ । ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ୱତନ୍ତ୍ର ଭାବେ ନିରାପତ୍ତା ଉପରେ ଦୃଷ୍ଟି ଦେବେ । ବୋମା ନିଷ୍କି୍ରୟକାରୀ ବାହିନୀ, ମେଟାଲ୍ ଡିଟେକ୍ଟର ଆଦି ବ୍ୟବସ୍ଥା ସହିତ ଗୁଇନ୍ଦା ସ୍କ୍ୱାଡ୍ ମଧ୍ୟ ମୁତୟନ ରହିବେ । ଭିଭିଆଇପିଙ୍କ ସୁରକ୍ଷା, ଯୋଗାଯୋଗ, ବିଭିନ୍ନ ଗଣମାଧ୍ୟମକୁ ରଥଯାତ୍ରାର ପ୍ରଚାରପ୍ରସାର ଲାଗି ସୁବିଧା ସୁଯୋଗ ପ୍ରଦାନ କରାଯିବ । କ୍ରେନ୍, ସିଟିଟିଭି, ଏକ୍ସରେ ସ୍କାନର୍, ରୋଡ୍ ଡିଭାଇଡର୍, ଟ୍ରାଫିକ୍ କୋନ୍ ଇତ୍ୟାଦିର ବ୍ୟବସ୍ଥା କରାଯିବ । ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଚ୍ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ବସ୍ ଅପରେଟର୍ଙ୍କ ସମସ୍ୟାର ସମାଧାନ, ଶାନ୍ତିଶୃଙ୍ଖଳା ସମାଧାନ ଲାଗି ଅସ୍ଥାୟୀ ପୁଲିସ୍ ଫାଣ୍ଡି ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ, ଡୁ୍ୟଟିରେ ନିୟୋଜିତ ଅଫିସର୍ ଓ ପୁଲିସ୍ ବାହିନୀଙ୍କ ରହଣି, କର୍ଡନ୍ ଇତ୍ୟାଦି ଉପରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା । ବୈଠକରେ ସ୍ୱତନ୍ତ୍ର ଡିଜିପି (ଯୋଗାଯୋଗ), ଏଡିଜିପି (ରେଳବାଇ), ଗୁଇନ୍ଦା ନିଦେ୍ର୍ଦଶକ, ଏଡିଜିପି (ଆଇନଶୃଙ୍ଖଳା) ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *