ଜଷ୍ଟିସ୍ ପ୍ରଦୀପ ମହାନ୍ତି
ଲୋକପାଳ କାର୍ଯ୍ୟକାରୀ ଅଧ୍ୟକ୍ଷ
ଭୁବନେଶ୍ୱର,୨୭ ।୫: ଜଷ୍ଟିସ୍ ପ୍ରଦୀପ ମହାନ୍ତିଙ୍କୁ ଲେକାପାଳ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ପଦରେ ନିଯୁକ୍ତ ହେବାରେ ଜଷ୍ଟିସ୍ ମହାନ୍ତି ପ୍ରଥମ ଓଡ଼ିଆ । ଝାରଖଣ୍ଡ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ମହାନ୍ତି ୨୦୧୯ରୁ ଲୋକପାଳ (ଜୁଡିସିଆଲ) ଭାବରେ କାର୍ଯ୍ୟ କରିଆସୁଛନ୍ତି । ଲେକାପାଳ ଅଧ୍ୟକ୍ଷ ଜଷ୍ଟିସ୍ ପିନାକୀ ଚନ୍ଦ୍ର ବୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବି ଖାଲି ପଡ଼ିଥିଲା । ଜଷ୍ଟିସ୍ ପ୍ରଦୀପ ମହାନ୍ତି ମେ’ ୨୮ରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ ।