ମହଙ୍ଗା ହେବ ପେଟ୍ରୋଲ-ଡିଜେଲ!
ପୁଣି ବଢ଼ିଲା ଅଶୋଧିତ ତୈଳ ମୂଲ୍ୟ
ନୁ୍ୟୟର୍କ/ ନୂଆଦିଲ୍ଲୀ (ଏଜେନ୍ସି): ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ମହଙ୍ଗା ହୋଇଛି ଅଶୋଧିତ ତୈଳ ମୂଲ୍ୟ । ୨ ମାସର ସର୍ବୋଚ୍ଚସ୍ତରରେ ପହଞ୍ଚô ଯାଇଛି ଅଶୋଧିତ ତୈଳ ମୂଲ୍ୟ । ଫଳରେ ଆଗାମୀ ସମୟରେ ଭାରତରେ ପେଟ୍ରୋଲ, ଡିଜେଲ ମହଙ୍ଗା ହେବା ଆଶଙ୍କା ସୃଷ୍ଟି ହୋଇଛି ।
ପ୍ରାପ୍ତ ସୂଚନାନୁସାରେ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ବଜାରରେ ପ୍ରତି ବ୍ୟାରେଲ ପିଛା ୧୧୮ ଡଲାର ହୋଇଯାଇଛି । ଗୁରୁବାର ସୁଦ୍ଧା ଏହି ଦର ୧୧୭.୩ଠ ଡଲାର ରହିଥିଲା । ତେବେ ଶୁକ୍ରବାର ଏହି ମୂଲ୍ୟରେ କିଛି କାରବାର ହୋଇଥିବା ଜାଣିବାକୁ ମିଳିଛି । ପ୍ରକାଶ ରୁଷ-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ୍ରୁ ଅଶୋଧିତ ତୈଳ ଆମଦାନୀ ଉପରେ ୟୁରୋପୀୟ ସଂଘର ନିଷିଦ୍ଧାଦେଶ ଯୋଗୁ ଅଶୋଧିତ ତୈଳ ଦରରେ ଏପରି ବୃଦ୍ଧି ଦେଖାଯାଇଛି ।ରିପୋର୍ଟ ଅନୁସାରେ ବେଞ୍ଚ୍ମାର୍କ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୭ ଡଲାର ପାର କରିଛି । ୨୮ ମାର୍ଚ୍ଚ ପରେ ଅଶୋଧିତ ତୈଳ ମୂଲ୍ୟର ଏହା ସର୍ବୋଚ୍ଚ ସ୍ତର ବୋଲି କୁହାଯାଉଛି । ଏହା ପୂର୍ବରୁ ୟୁକ୍ରେନ୍ ସହ ରୁଷ୍ର ଯୁଦ୍ଧ ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଥିଲା । ଅନ୍ୟପକ୍ଷେ ଭାରତ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବା ନିଶ୍ଚିତ ଭାବେ ଚିନ୍ତାଜନକ ସାବ୍ୟସ୍ତ ହେବ । ଭାରତରେ ୨୨ ମାର୍ଚ୍ଚରୁ ୬ ଏପ୍ରିଲ ୨୦୨୨ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପ୍ରାୟ ୧ଠ ଟଙ୍କା ମହଙ୍ଗା ହୋଇସାରିଛି । ଏପରି ସ୍ଥିତିରେ ପୁଣିଥରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ହେବା ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇବ । ସୂଚନାଯୋଗ୍ୟ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବା ଉଦେ୍ଦଶ୍ୟରେ ୪ ଦିନ ପୂର୍ବେ କେନ୍ଦ୍ର ସରକାର ପେଟ୍ରୋଲ ଦରରେ ୮ ଟଙ୍କା ଓ ଡିଜେଲ ଦରରେ ୬ ଟଙ୍କା ଏକ୍ସାଇଜ୍ ଡୁ୍ୟଟି ହ୍ରାସ କରିଥିଲେ । ଏହାକୁ ନେଇ ଦେଶବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ପୁଣି ଅଶୋଧିତ ତୈଳ ଦର ବୃଦ୍ଧି ନୂଆ ସଂକଟ ସୃଷ୍ଟି କରିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଦ୍ୱାରା ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ସହ ଅତ୍ୟାବଶକୀୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏକ ଆଶ୍ୱସ୍ତିକର ସୂଚନା ମଧ୍ୟ ସାମ୍ନାକୁ ଆସିଛି । ରୁଷ୍ରୁ ପ୍ରଚୁର ପରିମାଣର ତେଲ ଏବେ ସମୁଦ୍ରପଥ ଦେଇ ଭାରତ ଅଭିମୁଖେ ଆସୁଥିବା ଜଣାପଡିଛି । ଜାହାଜ ବୋଝେଇ ତେଲ ଭାରତରେ ପହଞ୍ଚôବା ପରେ ଭାରତରେ ତୈଳ ସଂକଟଜନିତ ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ଅନୁମାନ କରାଯାଉଛି । କେବଳ ଭାରତ ଏକାକୀ ନୁହେଁ, ଚୀନ୍ ମଧ୍ୟ ରୁଷ୍ ଠାରୁ ପ୍ରଚୁର ପରିମାଣର ତେଲ ଆମଦାନୀ ପାଇଁ ଅର୍ଡର ଦେଇଛି । କମୋଡିଟି ଡାଟା ଆନାଲିସିସ ସଂସ୍ଥା କେପଲରର ରିପୋର୍ଟ ଅନୁସାରେ ପ୍ରାୟ ୭୪ରୁ ୭୯ ନିୟୁତ ବ୍ୟାରେଲ ତେଲ ଭାରତ ଓ ଚୀନ ଅଭିମୁଖେ ଆସୁଛି ।