ଲୁଣ ଆଳରେ ଆସୁଛି କୋକେନ୍
୫ଠଠ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ
ନୂଆଦିଲ୍ଲୀ (ଏଜେନ୍ସି): ରାଜସ୍ୱ ଗୁଇନ୍ଦା ନିଦେ୍ର୍ଦଶାଳୟ (ଡିଆରଆଇ) ଗୁରୁବାର ଦିନ ଗୁଜରାଟର ବନ୍ଦରଗାହ ବନ୍ଦରରୁ ୫୨କିଲୋଗ୍ରାମ ଓଜନର କୋକେନ୍ ଜବତ କରିଛି । ଅନ୍ତର୍ରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୫ଠଠ କୋଟି କିମ୍ବା ତଦୁଦ୍ଧ୍ୱର୍ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହାକୁ ଇରାନ୍ରୁ ସାମାନ୍ୟ ଖାଇବା ଲୁଣ ଦର୍ଶାଇ ଏଠାକୁ ଅଣାଯାଇଥିବା ଜାଣିବାକୁ ମିଳଛି ।
ଡିଆରଆଇ ଅଧିକାରୀଙ୍କ କହିବାନୁସାରେ ଇରାନ୍ରୁ ଆସୁଥିବା କେତେକ ଜାହାଜରେ ଅନ୍ୟ ଅତ୍ୟାବଶ୍ୟତ ସାମଗ୍ରୀ ସହ ଏପ୍ରକାର ନିଶା ସାମଗ୍ରୀ ମଧ୍ୟ ଆସୁଥିବା ଅନେକାଂଶରେ ଦେଖିବାକୁ ମିଳୁଛି । ଏନେଇ ଗୁଇନ୍ଦା ବିଭାଗ ସତର୍କ ଦୃଷ୍ଟି ନିବଦ୍ଧ ରଖିଥିବା ବେଳେ ଆଗୁଆ ସୂଚନାକ୍ରମେ ଏସବୁ ନିଶା ସାମଗ୍ରୀକୁ ଜବତ କରିବା ସମ୍ଭବ ହୋଇପାରୁଛି । ତେବେ ସମ୍ପ୍ରତି ଇରାନ୍ରୁ ଆସିଥିବା ଏହି କୋକେନ୍ ପ୍ୟାକେଟ୍ଗୁଡ଼ିକ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଜବତ କରିବା ପାଇଁ ଡିଆରଆଇ ପକ୍ଷରୁ ଅପରେସନ୍ ନମକ’ ନାମରେ ଏକ ଚଢ଼ଉ ଅଭିଯାନ କରାଯାଇଥିଲା । ଇରାନ୍ରୁ ଏହି ଜାହାଜ ବାହାରିବା ସମୟରେ ଏଥିରେ ୨୫ ମେଟି୍ରକ୍ ଟନ୍ ଖାଇବା ଲୁଣ ଆସୁଥିବା ନେଇ ଘୋଷଣା କରାଯାଇଥିଲା । ତେବେ ଏହି ମାମଲା ସହ ଜଡ଼ିତ ଅଭିଯୁକ୍ତଙ୍କ ସମ୍ପର୍କରେ ଡିଆରଆଇ ଏବେ ଖୋଳତାଡ ଆରମ୍ଭ କରିଛି । ପ୍ରକାଶ, ୨ଠ୨୧-୨୨ରେ ଡିଆରଆଇ ଦେଶର ବିଭିନ୍ନ ପ୍ରାନ୍ତରୁ ମୋଟ୍ ୩୨୧ କିଗ୍ରା ଓଜନର କୋକେନ୍ ଜବତ କରିସାରିଛି, ଯାହାର ମୂଲ୍ୟ ବିଶ୍ୱବଜାରରେ ପ୍ରାୟ ୩୨ଠଠ କୋଟି ହେବ ବୋଲି ଅନୁମାନ କରାଯାଉଛି ।