ଓଡ଼ିଶାରେ ୧ଠ ପୂର୍ବରୁ ମୌସୁମୀ ଆଶା କ୍ଷୀଣ

ଭୁବନେଶ୍ୱର,୨୬ା୫(ବୁ୍ୟରୋ): ଉତ୍ତର-ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡ଼ିଶାରେ ମେ ୨୯ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ସୋଆ ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ପ୍ରଥମ ସପ୍ତାହରେ ଗରମ ଏବଂ ଗୁଳୁଗୁଳିର ମାତ୍ରା ବଢ଼ିବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ରୋ÷ଦ୍ର ତାପ ସୃଷ୍ଟି ହେବା ସହ କେତେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସରୁ ୪୭ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ସିଇସିର ନିଦେ୍ର୍ଦଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଉପକୂଳ ଅଞ୍ଚଳରେ ମଧ୍ୟ ଜୁନ ପ୍ରଥମ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିପାରେ ବୋଲି ସେ କହିଛନ୍ତି । ପବନର ଦିଗ ଅକସ୍ମାତ ବଦଳିବା ସହ ବାୟୁରେ ଆର୍ଦ୍ରତାର ପରିମାଣ ଠିକ୍ ମାତ୍ରାରେ ନଥିବାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ହ୍ରାସ ପାଇଛି ମାତ୍ର ଅପର ଏୟାରଟ୍ରଫ୍ର ଉପସ୍ଥିତି ଯୋଗୁଁ କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୋ÷ସୁମୀର ଆଗମନ ନେଇ କୋ÷ଣସି ସୂଚନା ନାହିଁ । ତେଣୁ ଜୁନ୍ ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ମୋ÷ସୁମୀର ପ୍ରବେଶ ନେଇ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । କେରଳରେ ବର୍ଷାର ଆଗମନ ଓ ପରିବେଶ ଅନୁକୂଳ ହେଲେ ହିଁ ଓଡ଼ିଶାରେ ମୋ÷ସୁମୀ ପ୍ରବେଶ ନେଇ ଆକଳନ କରିହେବ ବୋଲି ସେ କହିଛନ୍ତି ।
ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଜୁନ୍ ୩ କିମ୍ବା ୪ ତାରିଖ ବେଳକୁ ରାଜ୍ୟରେ ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୪ଂ ବା ତା’ଠାରୁ ଅଧିକ ରହିପାରେ । ଏପରିକି ଭୁବନେଶ୍ୱରରେ ମଧ୍ୟ ଏହା ୪୪ଂ ରୁ କମିବା ସମ୍ଭାବାନ କମ୍ । ସବୁ ସ୍ଥାନରେ ଗୁଳୁଗୁଳି ବହୁ ଅଧିକ ରହିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେବ । ଶ୍ରୀ ପଶୁପାଳକ କହିଛନ୍ତି, କେରଳରେ ଗତକିଛି ଦିନ ହେଲା ସ୍ୱଳ୍ପ ବର୍ଷା ହେଉଛି । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଥିରୁବନ୍ତପୁରମ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା କମିବ ।
ବର୍ତ୍ତମାନ କେରଳ ଉପକୂଳରେ ସମୁଦ୍ର କଡେ କଡେ ଅଧିକ ବର୍ଷା ହେଉଛି । ସ୍ଥଳଭାଗ ମଧ୍ୟକୁ ମୌସୁମୀ ବର୍ଷା ଆସିପାରୁନାହିଁ । ସାମୟିକ ଭାବେ ଆସନ୍ତା ୩୧ ଓ ଜୁନ୍ ୧ରେ ଉପକୂଳ କିଛି ବର୍ଷା ବଢିବ ଏବଂ ତାପରେ ପୁଣି କମିଯିବ । ଏଣୁ ପ୍ରାଥମିକ ଅବସ୍ଥାରେ ଅର୍ଥାତ୍ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭାରି ମୌସୁମୀ ବର୍ଷା ହେବାର ସମ୍ଭାବନା ନାହିଁ । ଏହା ଦୁର୍ବଳ ରହିବ । ପୂର୍ବ ବଙ୍ଗୋପସାଗରରେ ମୌସୁମୀ ଗତ ୧୦ ଦିନ ହେଲା ସକ୍ରିୟ ରହଛି । ଏହା ଅସନ୍ତା ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଫଳରେ ମିଆଁମାର, ଥାଇଲାଣ୍ଡ ସମେତ ଉତ୍ତର-ପୂର୍ବ ଭାରତରେ ଭଲ ବର୍ଷା ଜାରି ରହିବ । ବିଶ୍ଳେଷଣରୁ ଜଣାପଡିଛି ଯେ ରାଜ୍ୟକୁ ମୌସୁମୀ ବର୍ଷା ଜୁନ୍ ୧୦ ଆଗରୁ ଆରମ୍ଭ ହେବା ସମ୍ଭାବନା କମ୍ । ହୁଏତ କିଛି ସମୟ ବିଳମ୍ବ ହୋଇପାରେ । କେରଳରେ ମୌସୁମୀ ସକ୍ରିୟ ହେଲେ ଅଧିକ ସଠିକ୍ କହିହେବ । ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ତେବେ ବର୍ତ୍ତମାନର ଆକଳନ ବଦଳିବ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଲଘୁଚାପର ସୃଷ୍ଟିର ସଂକେତ ମିଳୁନାହିଁ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *