୬ ଗାଡ଼ି ଜାଳିଲେ ମାଓବାଦୀ

ଭବାନୀପାଟଣା (ଆପ୍ର): କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରେ ମାଓବାଦୀ ଠିକାଦାରଙ୍କ ଏକାଧିକ ଗାଡ଼ି ଜାଳିବା ସହିତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ନିଜ ଉପସ୍ଥିତି ଜାହିର କରିଛନ୍ତି । ଯୁଗସାଇପାଟଣା-ପୋଖରୀଘାଟି ମାନସ୍କା ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣରେ ଅନିୟମିତତା ଅଭିଯୋଗ କରିବା ସହିତ ମାଓବାଦୀମାନେ ରାସ୍ତା ନିର୍ମାଣରେ ନିୟୋଜିତ ୩ ଟ୍ରାକ୍ଟର ୨ ଟିପର ଓ ଜେସିବି ଜାଳି ଦେଇଛନ୍ତି ।
ଠିକାଦାର ରାସ୍ତାକାମରେ ଅନିୟମିତତା କରୁଥିବା ସଂକ୍ରାନ୍ତରେ ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦର୍ଶାଯାଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ଗାଡ଼ ଜାଳିଦେଇଥବା ଖବର ପାଇ ସିଆର୍ପିଏଫ୍ ଓ ପୁଲିସ ପକ୍ଷରୁ କମ୍ବିଂ ଜୋରଦାର କରାଯାଇଛି । ଅନ୍ୟପକ୍ଷରେ ୨୦୧୮ ପରେ ମାଓ ସଂଗଠନର ଏହା ବଡ଼ ହିଂସାକାଣ୍ଡ । ଏହି ରାସ୍ତାକାମ ଭବାନୀପାଟଣାର ଠିକାଦାର ପ୍ରମୋଦ ପଟ୍ଟନାୟକ କରୁଥିବା ଜଣାପଡ଼ିଛି । ସମାନ ଅଭିଯୋଗରେ ୨୦୧୮ ଜାନୁଆରୀରେ ସଦର ଥାନା ଅଞ୍ଚଳରେ ନିର୍ମାଣାଧୀନ ଏକ ବ୍ରିଜକୁ ଉଡ଼ାଇଥିଲେ ମାଓବାଦୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *