ନାଳରେ ତେଲ ବନ୍ୟା
ଫାଟିଲା ଆଇଓସିଏଲ୍ ପାଇପ ଲାଇନ୍
ପାରାଦୀପ (ଆପ୍ର): ସ୍ଥାନୀୟ ତୈଳ ବିଶୋଧନାଗାର ନିକଟସ୍ଥ ଟାଉନସିପ୍ ଠାରେ ପାରାଦୀପ-ହଳଦିଆ ଅଶୋଧିତ ତୈଳ ପାଇପଲାଇନ୍ ଫାଟି ଯିବାରୁ ଆତଙ୍କ ପ୍ରକାଶ ପାଇଛି । ମାତ୍ରାଧିକ ଚାପ କାରଣରୁ ଲିକେଜ୍ ସମୟରେ ଭୁସ୍ଖଳନ ହେବା ପରି ତେଲ ଉପରକୁ ଉଠି ଯାଇଥିବା ଦେଖିବାକୁ ମିଳିଥିଲା । ଗ୍ୟାଲେନ୍ ଗ୍ୟାଲେନ୍ ତେଲ ବୋହି ଯାଇ ନିକଟରେଥିବା ନାଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ତେଲ ଲିକେଜ ବେଳେ ଉକ୍ରଟ ଗନ୍ଧ ହୋଇଥିଲା ।
ପାରାଦୀପ ତୈଳ ବିଶୋଧନାଗାର ଟେକ୍ନିସିଆନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚô ରାସ୍ତା ସିଲ କରିବା ସହ ଲିକେଜ ସ୍ଥାନରେ କେମିକାଲ ସ୍ପ୍ରେ କରିଥିଲେ । ପରେ ବିଶେଷଜ୍ଞ ଟିମ୍ ଲିକେଜ୍ ସ୍ଥଳ ମରାମତି କରିଥିଲେ । ପାଖାପାଖି ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଲିକେଜ ରୋକାଯାଇଥିଲା ଏବଂ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ଲିକେଜର କାରଣ ସ୍ପଷ୍ଟ ଜଣାପଡି ନ ଥିଲେ ମଧ୍ୟ ଏହାର ଅନୁସନ୍ଧାନ ଜାରି ରହିଥିବା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ଘଟଣାସ୍ଥକୁ ଯାଇ ସ୍ଥିତି ଅନୁଧ୍ୟାନ କରିିଛନ୍ତି ।