ସିବିଆଇରେ ଏତଲା ଦେଲା ଜଗନ୍ନାଥ ସେନା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେବାୟତମାନେ ହାଇକୋର୍ଟରେ ନିବେଦନ କରିଥିବା ବେଳେ ଏବେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିବିଆଇ ପକ୍ଷରୁ ତଦନ୍ତ ଦାବି କରିବା ସହ ଗୁରୁବାର ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଏତଲା ଦିଆଯାଇଛି । ଏହି ଏତଲାରେ ଶ୍ରୀ ସେନା ପକ୍ଷରୁ ଜିଲ୍ଲାପାଳ, ଏଏସ୍ଆଇ, ଶ୍ରୀମନ୍ଦିର ପ୍ରଶାସନ, ଟାଟା ଏବଂ ଓବିସିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ସିବିଆଇ ମାମଲା ରୁଜୁ ନ କରିଲେ ଆର୍ଟିଆଇ ଜରିଆରେ ମିଳିଥିବା ତଥ୍ୟ ଅନୁଯାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ପଟ୍ଟନାୟକ । ଗୋଟିଏପଟେ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେବାୟତଙ୍କ ପକ୍ଷରୁ ଦାବି ହୋଇ ଆସୁଥିବା ବେଳେ ଅନ୍ୟପଟେ ଅନୁମତି ନ ଥିବା ପ୍ରକଳ୍ପ କାର୍ଯ୍ୟ ବନ୍ଦ ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହେଉଛି । ମାତ୍ର ଆଗକୁ ପ୍ରକଳ୍ପ କାର୍ଯ୍ୟ ବଢୁଛି ନାଁ କମୁଛି ତାହା ଉପରେ ସମସ୍ତଙ୍କ ନଜର ।