ପ୍ରାଚୀରେ ରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ
କଣ୍ଟାପଡ଼ା (ଆପ୍ର): କଣ୍ଟାପଡ଼ା ତହସିଲ୍ ଅଧୀନସ୍ଥ ଅଡ଼ଶପୁର ପଞ୍ଚାୟତ ସଳେଇ ମଉଜାରେ ପ୍ରାଚୀ ନଦୀ ଓ ଏହାର ଉଭୟ ପାଶ୍ୱର୍ରେ ସରକାରୀ ଜାଗାରେ ୩୦ ଫୁଟ୍ ଚଉଡ଼ା ଏକ ବିରାଟକାୟ ରାସ୍ତା ନିର୍ମାଣ କରାଯାଉଛି । ଏହାଦ୍ୱାରା ଜଳଧାରାର ଗତିପଥ ରୋଧିଲା କିଏ? ଯାହାଦ୍ୱାରା ଶହ ଶହ ଏକର ଚାଷଜମି ଜଳମଗ୍ନ ହେବା ସହିତ ଅଡ଼ଶପୁର ଉଦୟନାଥ କଲେଜ ଓ ପ୍ରାଚୀ ପାଶ୍ୱର୍ରେ ଥିବା ୫୦ରୁ ଊଦ୍ଧ୍ୱର୍ ପରିବାର ଜଳମଗ୍ନ ହେବା ଏକ ପ୍ରକାର ନିଶ୍ଚିନ୍ତ ହୋଇଯାଇଛି । ପ୍ରାଚୀର ଅପରପାଶ୍ୱର୍ରେ ଶହ ଶହ ଏକର ଫସଲ ଜମି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଏନେଇ ସଳେଇ ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ ଅଡ଼ଶପୁର ସରପଞ୍ଚ ସୁବ୍ରତ ଦାସଙ୍କୁ ୬୦ରୁ ଊଦ୍ଧ୍ୱର୍ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଏଠାରୁ ମାତ୍ର ୨୦୦ମି ଦୂରରେ ଅଡ଼ଶପୁର ରାଜସ୍ୱ କାର୍ଯ୍ୟାଳୟ ଥିବାବେଳେ ରାଜସ୍ୱ ବିଭାଗ କିପରି ଭାବରେ ଏତେବଡ଼ ରାସ୍ତାକୁ ଦେଖିପାରୁ ନାହାଁନ୍ତି? ଆର୍ଆଇ ଙ୍କ ଭୂମିକା ଏବେ ସନେ୍ଦହ ଘେରରେ । ଏନେଇ କଣ୍ଟାପଡ଼ା ତହସିଲ୍ଦାର ଏହି ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଆଗଲେ ଆଗାମୀ ଦିନରେ ଏକ ବଡ଼ ଜନଆନେ୍ଦାଳନ ସୃଷ୍ଟି ହେବ ବୋଲି ଗ୍ରାମବାସୀ ତଥା ସୁଦର୍ଶନ ସାହୁ, କାଳନ୍ଦୀ ସେନାପତି, ବ୍ରଜବନ୍ଧୁ ବେହେରା, ପଦ୍ମଲାଭ ସ୍ୱାଇଁ, ପଦୁ ସ୍ୱାଇଁ, ସୌମ୍ୟରଂଜନ ଖଟେଇ, ସରପଞ୍ଚ ଆଦି ବ୍ୟକ୍ତିବୃନ୍ଦ ଦାବି କରିଛନ୍ତି ।