୧୨ ଆହତଙ୍କୁ ପଶ୍ଚିମବଙ୍ଗ ପଠାଇଲା ପ୍ରଶାସନ
କଳିଙ୍ଗା ଘାଟିରେ ଟୁରିଷ୍ଟ୍ ବସ୍ ଓଲଟିବା ଘଟଣା
ବ୍ରହ୍ମପୁର (ବୁ୍ୟରୋ): ଗତ ବୁଧବାର ପାହାନ୍ତାରେ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଦୁର୍ଘଟଣାରେ ୬ଜଣ ତୀର୍ଥଯାତ୍ରୀଙ୍କ ମୃତୁ୍ୟ ହୋଇଥିବା ବେଳେ ୩୦ରୁ ଊଦ୍ଧ୍ୱର୍ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୨୨ଜଣ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ବୁଧବାର ରାତିରେ ହିଁ ନିଜ ରାଜ୍ୟକୁ ଫେରିଥିବା ବେଳେ ଅନ୍ୟ ୧୫ଜଣ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ୨ ପୁଲିସ୍ ଜିଲ୍ଲାର ଏସ୍ପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବଡ଼ ଡାକ୍ତରଖାନାରେ ପହଞ୍ଚô ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ । ଗୁରୁବାର ୧୫ଜଣଙ୍କ ମଧ୍ୟରୁ ୩ଜଣ ଅତି ଗୁରୁତରଙ୍କର ଚିକିତ୍ସା ଚାଲିଥିବା ବେଳେ ସାମାନ୍ୟ ଆହତ ୧୨ଜଣକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଓ ଟ୍ରାଭଲର ସହ ୨ ଗାଡ଼ିରେ ପଶ୍ଚିମବଙ୍ଗ ପଠାଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ଧ ଦତାତ୍ରୟ ଭାଉସାହେବ, ନିଗମ କମିଶନର ଡ.ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ନିଗମର ଡେପୁଟି ମେୟର ଇ.ବିବେକ ରେଡ୍ଡି, ସହାୟକ ଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କ ସହ ଏମ୍କେସିଜି କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଖାଦ୍ୟ ଓ ଔଷଧ ଓ ଆଟେଣ୍ଡାଣ୍ଟଙ୍କ ସହ ପଶ୍ଚିମବଙ୍ଗକୁ ପଠାଯାଇଛି । ଆହତ ତୀର୍ଥଯାତ୍ରୀ ନିଜ ଭିଟାକୁ ଫେରିବାରେ ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ସାଧୁବାଦ ଦେଇଛନ୍ତି । ଗୁରୁବାର ସକାଳେ ମେୟର ସଂଘମିତ୍ରା ଦଳେଇ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଏମ୍କେସିଜିରେ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସୂଚନାଥାଉକି, ଘାଟିର ଶେଷ ବୁଲାଣିରେ ଗାଡିର ବ୍ରେକ୍ରେ ସମସ୍ୟା ହେବାରୁ ଡ୍ରାଇଭର ଗାଡିକୁ ଆୟତ୍ତ କରି ନ ପାରିବାରୁ ବସ୍ଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୬ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩୦ରୁ ଊଦ୍ଧ୍ୱର୍ ଆହତ ହୋଇଥିଲେ ।