ଶ୍ରମିକମାରଣ ନୀତିକୁ ବରଦାସ୍ତ କରାଯିବନି

ଠିକା ବିଦୁ୍ୟତ୍ କର୍ମଚାରୀଙ୍କ ଆନେ୍ଦାଳନ
ବାରିପଦା (ଆପ୍ର): ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିଅନ୍ ତରଫରୁ ବାରିପଦା ଓ ଉଦଳା ଡିଭିଜନ ଅଧୀନରେ ଥିବା ପ୍ରତ୍ୟେକ ସେକ୍ସନ ଅଫିସ୍ ସମ୍ମୁଖରେ ଠିକା ବିଦୁ୍ୟତ୍ କର୍ମଚାରୀମାନେ ୧୦ ଦଫା ଦାବି ନେଇ ଗୁରୁବାର ଧାରଣା ଦେଇଛନ୍ତି । ଏହି ଧାରଣା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ । ଯଦି ହିନ୍ଦୁସ୍ଥାନ ଇିନିୟରିଂ କମ୍ପାନୀ ସମସ୍ତ ଦାବି ପୂରଣ ନ କରେ, ତେବେ ୩୧ ତାରିଖ ମଙ୍ଗଳବାର ଦିନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଙ୍ଘ ଚେତାବନୀ ଦେଇଛି ।
ଦୈନିକ ୮ ଘଣ୍ଟାରୁ ଅଧିକ ଡୁ୍ୟଟି ନ ଦେବା, ଯେଉଁମାନେ ୮ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି ସେମାନଙ୍କୁ ଓଭର ଟାଇମ୍ ଭତ୍ତା ପ୍ରଦାନ କରିବା, ଚିକିତ୍ସା ପାଇଁ ଇଏସ୍ଆଇସି ତୁରନ୍ତ ପ୍ରଦାନ କରିବା, ପ୍ରତି ମାସର ଦରମା ସହିତ ଅନ୍ୟାନ୍ୟ ପ୍ରାପ୍ୟ ୧୦ ତାରିଖ ମଧ୍ୟରେ ପ୍ରଦାନ କରିବା, ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଉପକରଣ କର୍ମଚାରୀଙ୍କୁ ପ୍ରଦାନ କରିବା, ବର୍ତ୍ତମାନ ବଜାରରେ ଚାଲିଥିବା ତୈଳଦର ଅନୁଯାୟୀ ସ୍ୱତନ୍ତ୍ର ଭାବେ ତୈଳ ଭତ୍ତା ପ୍ରଦାନ କରିବା, ଦୀର୍ଘ ୧୫ ବର୍ଷରୁ ଊଦ୍ଧ୍ୱର୍ ବର୍ଷ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ବରିଷ୍ଠ କର୍ମଚାରୀ ଅଭୟ କୁମାର ନାୟକଙ୍କୁ ନିଯୁକ୍ତି ପ୍ରଦାନ କରିବା ଇତ୍ୟାଦି ଦାବି ନେଇ ସଂଘ ଧାରଣା ଦେଇଛି । ସଂଘର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ସଂଘ ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ସଭାପତି ଶୁଭ୍ରମନ୍ୟମ୍ ମହାନ୍ତି, ଉପସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଡିଭିଜନ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, ଦୀପ୍ତିକାନ୍ତ ଭୂୟାଁ ଓ ଡିଭିଜନ ଅର୍ଗାନାଇଜର ଦେବାଶିଷ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *