୧୯ ଛାତ୍ର ଓ ୨ ଶିକ୍ଷକ ନିହତ

ଟେକ୍ସାସ୍ ସ୍କୁଲ୍ରେ ଆଖିବୁଜା ଗୁଳିମାଡ଼
ୟୁଭାଲ୍ଡିି (ଟେକ୍ସାସ୍), ୨୫ା୫: ଆମେରିକାର ଟେକ୍ସାସ୍ସ୍ଥିତ ଏକ ସ୍କୁଲରେ ମଙ୍ଗଳବାର ଜଣେ ତରୁଣ ନରସଂହାର ଘଟାଇଛି । ୟୁଭାଲ୍ଡି କାଉଣ୍ଟିର ଏକ ଏଲିମେଣ୍ଟାରି ସ୍କୁଲରେ ସାଲ୍ୱାଡର୍ ରାମୋସ୍ ନାମକ ଜଣେ ତରୁଣ ଆଖିବୁଜା ଗୁଳି ଚଳାଇ ୧୯ ଛାତ୍ର ଓ ୨ ଶିକ୍ଷକଙ୍କୁ ହତ୍ୟା କରିବା ପରେ ପୁଲିସ ଅଧିକାରୀଙ୍କ ଗୁଳି ଚୋଟରେ ପ୍ରାଣ ହରାଇଛି ।
ଟେକ୍ସାସ୍ ଗଭଣ୍ଣର୍ର୍ ଗ୍ରେଗ୍ ଆବୋଟ୍ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଗଣହତ୍ୟା ଘଟାଇବା ପୂର୍ବରୁ ରାମୋସ୍ ନିଜ ଜେଜେ ମା’ଙ୍କୁ ଗୁଳି କରି ହତ୍ୟା କରିବା ସହିତ ନିଜ ଇନ୍ଷ୍ଟାଗ୍ରାମର ଜଣେ ଫଲୋୱରଙ୍କୁ ମେସେଜ କରିଥିଲା । ଅଭିଯୁକ୍ତର ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଅନେକ ତଥ୍ୟ ପୁଲିସ ହାତରେ ଲାଗିଛି ।
ପୂର୍ବାହ୍ନ ପ୍ରାୟ ୧୧.୩୦ରେ ରାମୋସ୍ ତା’ ଗାଡ଼ିରେ ଆସି ରବ୍ ଏଲିମେଣ୍ଟାରି ସ୍କୁଲ କ୍ଲାସ୍ରୁମ୍ରେ ପଶି ପିଲାମାନଙ୍କ ଉପରେ ଗୁଳିମାଡ଼ କରିଥିଲା । ଘଟଣାସ୍ଥଳରେ ପିଲା ଓ ଶିକ୍ଷକଭ୍କ ସମେତ ୨୧ ଜଣ ପ୍ରାଣ ହରାଇଥିଲେ । ଟେକ୍ସାସ୍ର ସାଧାରଣ ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି, ଗୁଳିମାଡ଼ରେ ଏକାଧିକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅତୀତରେ ଆମେରିକା ସ୍କୁଲରେ ଘଟିଥିବା ନରସଂହାର ସହିତ ଆଉ ଏକ କଳା ଅଧ୍ୟାୟ ଯୋଡ଼ିଲା ବୋଲି ସାଧାରଣ ନିରାପତ୍ତା ବିଭାଗ ଅଧିକାରୀ କ୍ରିସ୍ ଓଲିଭର୍ଜ ଗଣମାଧ୍ୟମକୁ କହିଛନ୍ତି । ସେନା ଜ୍ୟାକେଟ୍ ପିନ୍ଧି ସେ ଏକ କ୍ଲାସରୁମ୍ରେ ପଶି ଗୁଳି ଚଳାଇଥିଲା । ଆଖବୁଜା ଗୁଳିମାଡ଼ କରୁଥିବାରୁ କେହି ତା’ ନିକଟକୁ ଯାଇ ପାରି ନଥିଲେ । ଏକାଧିକ ଅଫିସରଙ୍କଠାରେ ଗୁଳି ବାଜିଛି । ଗୁଳିକାଣ୍ଡ ଖବର ପାଇ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ ପରିଛନ୍ତି । ଏଥିପାଇଁ ରାଷ୍ଟ୍ରୀୟ ଶୋକ ପାଳନପୂର୍ବକ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧ-ନମିତ ରଖିବା ଲାଗି ରାଷ୍ଟ୍ରପତି ବାଇଡେନ୍ ନିଦେ୍ର୍ଦଶ ଦେବା ସହିତ ରାଷ୍ଟ୍ର ଉଦେ୍ଦଶ୍ୟରେ ଅଭିଭାଷଣ ଦେଇଛନ୍ତି ।
ଗୁଳିକାଣ୍ଡର ତଦନ୍ତ କରାଯାଉଛି । ଏଫ୍ବିଆଇ ଏବଂ ୟୁଏସ୍ କଷ୍ଟମ୍ସ ଓ ସୀମା ସୁରକ୍ଷା କର୍ମଚାରୀମାନେ ତଦନ୍ତରେ ସହାୟତା କରଉଛନ୍ତି । ରାମୋସ୍ ତାକ୍ଷ ୧୮ଶ ଜନ୍ମ ଦିନରେ ଏକ ସେମି ଅଟୋମେଟିକ୍ ରାଇଫଲ୍ସ କିଣିଥିବା ୟୁଭାଲ୍ଡିି ପୁଲିସ ମୁଖ୍ୟ ପିଟ୍ ଆରେଡୋନୋ ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଆମେରିକା ସରକାର ଆଗ୍ନେୟାସ୍ତ୍ର ଲାଇସେନ୍ସ ନିୟମର ତର୍ଜମା କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *