ଦୋଳାରେ ବୁହା ହେଲେ ରୋଗୀ

ଗାଁକୁ ରାସ୍ତା ନାହିଁ
ମୋହନା (ଆପ୍ର): ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଗ୍ରାମାଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ୍ର ସ୍ଥାନୀୟ ପଞ୍ଚାୟତ ଠାରୁ ମାତ୍ର ୪କି.ମି ଦୂର ହୁଏରି ଗ୍ରାମକୁ ୨କି.ମି ରାସ୍ତା ନ ଥିବାର ଲୋକେ ବହୁବାର ଅଭିଯୋଗ କରି ଆସିଛନ୍ତି । ମାତ୍ର ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଗ୍ରାମବାସୀଙ୍କୁ ସୁଫଳ ମିଳିନି । ଗତବର୍ଷ ଡିସେମ୍ବର ମାସରେ ଝିପି ଝିପି ବର୍ଷାରେ ପ୍ରସୂତୀ ଓ ନବଜାତ ଶିଶୁକୁ ଖଟିଆରେ ବୋହିବାକୁ ପଡ଼ିଥିଲା । ବୁଧବାର ଗ୍ରାମର ସେବତୀ ମଳିକ(୫୫) ଘରେ ପଡ଼ି ଅଣ୍ଟାରେ ଆଘାତ ଲାଗିବାରୁ ଗ୍ରାମବାସୀ ଦୋଳା କରି ଖାନ୍ଦରେ ପାହାଡ଼ିଆ ରାସ୍ତାରେ ୨କି.ମି ବୋହି ଅଟୋ ଯୋଗେ ମୋହନା ମେଡିକାଲ୍କୁ ଆଣିଥିଲେ । ସେବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି । ଗ୍ରାମବାସୀ ବାରମ୍ବାର ଚିଠି ମାଧ୍ୟମରେ ନିଜ ଦୁଃଖ ଜିଲ୍ଲାପାଳଙ୍କ ଠାରୁ ନେଇ ନେତା, ମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *