ଚାକିରି ନାଁରେ ଶ୍ରମିକଙ୍କୁ ନିର୍ଯାତନା

ଘଷିପୁରା (ଆପ୍ର): କାମଧନ୍ଦା ନ ପାଇ କିଛି ଅଧିକ ରୋଜଗାର ପାଇବା ଆଶାରେ ଘଷିପୁରା ବ୍ଲକ୍ ଅନ୍ତର୍ଗତ ବାତୋ ପଞ୍ଚାୟତର ଶ୍ରମିକଙ୍କୁ ଜଣେ ଦଲାଲ ବନ୍ଧୁକର ଧମକ ଦେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟନା ଅଞ୍ଚଳରେ ମେଡିସିନ୍ କମ୍ପାନୀରେ ଚାକିରି କରାଇ ଦେବାକୁ କହି ରାମଚନ୍ଦ୍ରପୁର ଥାନା ବାତୋ ଗ୍ରାମର ୧୮ଜଣ ଶ୍ରମିକଙ୍କୁ ବଳରାମପୁର ଗ୍ରାମର ମାନସ ଆଚାର୍ଯ୍ୟ ନେଇଥିଲେ । ଓମ୍ ପ୍ରକାଶ ଯେନା, ଚିନ୍ତାମଣି ଯେନା, ମିଥୁନ ଯେନା, ପ୍ରଶାନ୍ତ କୁମାର ଯେନା, ଦୀପକ କୁମାର ଯେନା, ଗଣେଶ୍ୱର ଯେନା, ରଞ୍ଜନ କୁମାର ଯେନା, ଦୁଃଖୀରାମ ଯେନା, ତପନ ଯେନା, ସିପୁ ଯେନା, କାହ୍ନା ଯେନା, କାଳନ୍ଦି ଯେନା, ଗଗନ ଯେନା, ପ୍ରଫୁଲ ଯେନା, ପ୍ରଭାତ ଯେନା, ପ୍ରକାଶ ଯେନାଙ୍କୁ ମେଡିସିନ୍ କମ୍ପାନୀ ବଦଳରେ ଏକ ଲୁହାଛଡ଼ ତିଆରି ହେଉଥିବା କାରଖାନାରେ କାମ କରିବାକୁ ବାଧ୍ୟ କରିଥିଲେ ମାନସ । ଏଥିରେ ଶ୍ରମିକମାନେ ଅମଙ୍ଗ ହେବାରୁ ଉକ୍ତ ଠିକାଦାର କାମ ନ କଲେ ବନ୍ଧୁକରେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ ।
ଫଳରେ ଶ୍ରମିକମାନେ ଭୟଭୀତ ହୋଇ ବାଧ୍ୟବାଧକତାରେ ୪ ଦିନ କାମ କରିବା ପରେ ହତାଶ ହୋଇ ରାମଚନ୍ଦ୍ରପୁରର ପୂର୍ବତନ ଥାନାଧିକାରୀ ବିଶ୍ୱଜିତ ବେହେରାଙ୍କୁ ଫୋନ୍ରେ ଯୋଗାଯୋଗ କରିଥଲେ । ପରେ ବିଶ୍ୱଜିତ ବେହେରା ବିଶାଖାପାଟନା ପୁଲିସ ସହିତ ଯୋଗସୂତ୍ର ରକ୍ଷା କରି ସେମାନଙ୍କୁ ବିଶାଖାପାଟନାରୁ ମୁକୁଳାଇଛନ୍ତି । ଏଥିସହିତ ପୁଲିସ୍ ଅଧିକାରୀ ସେମାନଙ୍କୁ କଟକରୁ ଏକ ଗାଡ଼ି କରି ବାତୋ ଗ୍ରାମକୁ ପଠାଇ ଥିବା ଜଣାପଡ଼ିଛି । ଏ ନେଇ ରାମଚନ୍ଦ୍ରପୁର ଥାନାରେ ବାତୋ ଗ୍ରାମର ଯୁବକମାନେ ମାନସଙ୍କ ନାମରେ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *