ମନ୍ତ୍ରୀ ଓ ବିଧାୟକଙ୍କ ଘର ପୋଡ଼ିଦେଲେ

ଆନ୍ଧ୍ରରେ ଜିଲ୍ଲା ନାଁ ବଦଳିବାରୁ ଦଙ୍ଗାଗୋଳ
ଅମଲାପୁରମ୍/ଅମରାବତୀ,୨୪ା୫: ଆନ୍ଧ୍ର ପ୍ରଦେଶର ପରିବହନ ମନ୍ତ୍ରୀ ପିନିପେ ବିଶ୍ୱରୂପୁଙ୍କ ଅମଲାପୁରମ୍ ଟାଉନସ୍ଥିତ ବାସଭବନକୁ ବିକ୍ଷୋଭକାରୀମାନେ ମଙ୍ଗଳବାର ଅପରାହ୍ଣରେ ପୋଡ଼ିଦେଇଛନ୍ତି । ମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟକୁ ପୁଲିସ୍ ସୁରକ୍ଷା ବଳୟରେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କୋନାସୀମା ଜିଲ୍ଲାର ନୂଆ ନାମ ‘ବି ଆର୍ ଆମ୍ବେଦକର କୋନାସୀମା’ ରଖାଯିବା ପ୍ରସ୍ତାବ ବିରୋଧରେ ଅମଲାପୁରମ୍ ଜିଲ୍ଲା ମୁଖ୍ୟାଳୟ ଆଗରେ ବିକ୍ଷୋଭରତ ଲୋକମାନଙ୍କ ଉପରେ ପୁଲିସ୍ ଲାଠିଚାର୍ଜ କରିବା ପରେ ଏହି ଘଟଣା ଘଟିଛି ।
ଖବରରୁ ପ୍ରକାଶ ଯେ, ନବଗଠିତ କୋନାସୀମା ଜିଲ୍ଲାର ନୂଆ ନାମକରଣକୁ ବିରୋଧ କରି ଜିଲ୍ଲା ମୁଖ୍ୟାଳୟ ଆଗରେ ମଙ୍ଗଳବାର ଜୋରଦାର ବିକ୍ଷୋଭ ହୋଇଥିଲା । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଅତର୍କିତ ଭାବେ ଲାଠି ଚାଳନା କରିବାରୁ ସେମାନେ ହିଂସ୍ର ହୋଇ ଉଠିଥିଲେ । ବିକ୍ଷୋଭକାରୀମାନେ ଗାଡ଼ି ମୋଟର ପୋଡ଼ିବା ସହିତ ପରିବହନ ମନ୍ତ୍ରୀ ବିଶ୍ୱରୂପଙ୍କ ଓ ବିଧାୟକ ପୋନ୍ନାଡା ସତୀଶଙ୍କ ଘରେ ଭଙ୍ଗାରୁଜା କରିବା ପରେ ନିଅାଁ ଲଗାଇଦେଇଥିଲେ । ସେମାନେ ଗୋଟିଏ ପୁଲିସ୍ ଭ୍ୟାନ୍ ଓ ଗୋଟିଏ ସ୍କୁଲ୍ ବସ୍ ପୋଡ଼ି ଦେଇଛନ୍ତି । ବିକ୍ଷୋଭକାରୀଙ୍କ ଟେକାପଥର ମାଡ଼ରେ ୨୦ରୁ ଅଧିକ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ରାଜ୍ୟ ଗୃହ ମନ୍ତ୍ରୀ କହିଛନ୍ତି ଏହି ଦୁର୍ଭାଗ୍ୟଜନକ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ସମୁଚିତ କାର୍ଯ୍ୟାନୁଷ୍ଠାନ ହେବ ।
ଉଲ୍ଲେଖଯୋଗ୍ୟ ଯେ, ଏପି୍ରଲ୍ ୪ ତାରିଖ ଦିନ ପୂର୍ବତନ ପୂର୍ବ ଗୋଦାବରୀ ଜଲ୍ଲାର ବିଭାଜନ ପୂର୍ବକ ନୂଆ କୋନାସୀମା ଜିଲ୍ଲା ଗଠନ କରାଯାଇଥିଲା । ଗତ ସପ୍ତାହରେ ରାଜ୍ୟ ସରକାର କୋନାସୀମା ଜିଲ୍ଲାର ନାମ ବଦଳାଇ ‘ବି ଆର୍ ଆମ୍ବେଦକର କୋନାସୀମା’ ରଖିବା ସମ୍ବନ୍ଧୀୟ ଅଧିସୂଚନା ଜାରି କରିବା ସହିତ ଲୋକଙ୍କ ଆପତ୍ତି ଆମନ୍ତ୍ରଣ କରିଥିଲେ । ଅନେକ ବ୍ୟକ୍ତି ତଥା କମିଟି ଜିଲ୍ଳାର ନାମ ଯଥାପୂର୍ବ ରଖିବାଲାଗି ଦାବି କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *