ଚାପ ବେଳେ ବୁଡ଼ିଲା ଡଙ୍ଗା
ଶରଣକୁଳ (ଆପ୍ର): ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲା ଶରଣକୁଳସ୍ଥିତ ପ୍ରଭୁ ଲଡୁବାବାଙ୍କ ଚନ୍ଦନଯାତ୍ରାରେ ଅଘଟଣ ଘଟିଛି । ଭଉଁରୀ ଖେଳ ସମୟରେ ପୋଖରୀରେ ଚାପ ଡଙ୍ଗା ବୁଡ଼ିଯାିଛି । ତେବେ ଠାକୁର କିମ୍ବା ସେବାସୀଙ୍କର କିଛି କ୍ଷତି ଘଟିନ ଥବବା ଜଣାପଡିଛି ।
ପ୍ରତିବର୍ଷ ସୁସଜ୍ଜିତ ନୂତନ ଡଙ୍ଗା ନିର୍ମାଣ କରାଯାଇ ଠାକୁରଙ୍କ ·ପ ଖେଳ ହୋଇଥାଏ । ହେଲେ ତିନି ବର୍ଷର ଦଦରା ଡଙ୍ଗାକୁ ମରାମତି କରି ·ପ ବୁଲୁଥିବାରୁ ଏପରି ଅଘଟଣ ଘଟିଲା ବୋଲି ଆଲୋଚନା ହେଉଛି । ଏତଦ୍ଭିନ୍ନ ପ୍ରତିବର୍ଷ ଚାପରେ ମୁଖ୍ୟ ପୂଜକ, କିଛି ସେବାସୀ, ଘଣ୍ଟୁଆ ଓ କାହାଳିଆଙ୍କ ସମେତ ୧୦ ଜଣ ବସିଥାନ୍ତି । ଏବର୍ଷ କିନ୍ତୁ ଡଙ୍ଗାରେ ୩୦ରୁ ଅଧିକ ଲୋକ ବସିଯିବାରୁ ଏହା ଭାରସାମ୍ୟ ହରାଇ ବୁଡିଯାଇଥିଲା ବୋଲି କୁହାଯାଉଛି । ଉପସ୍ଥିତ ଶ୍ରଦ୍ଧାଳୁ ଡଙ୍ଗାରେ ବସିଥିବା ଲୋକ ଓ ଠାକୁରଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଆହୁରି ମଧ୍ୟ ଅଭିଯୋଗ ହୋଇଛି, ଲଡୁବାବାଙ୍କ ଦୈନିକ ନୀତିକାନ୍ତି ଓ ପର୍ବପର୍ବାଣିରେ ଉନ୍ନତୀ ପରିବର୍ତ୍ତେ ନିମ୍ନ ମାନର ହେଉଛି । ଠାକୁରଙ୍କ ପ୍ରତି ଏପରି ଅବହେଳାକୁ ସୁଧାରିବା ପାଇଁ ମନ୍ଦିର ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କ ନିକଟରେ ଶ୍ରଦ୍ଧାଳୁ ଦାବି କରିଛନ୍ତି ।