ଦଣ୍ଡାକାମ ଆରମ୍ଭ
ପୁରୀ (ବୁ୍ୟରୋ): ତିନିରଥର ମୋଟ ୪୨ ଚକରୁ ମଙ୍ଗଳବାର ସୁଦ୍ଧା ୨୭ଟିର ନିର୍ମାଣ ଶେଷ ହୋଇଛି । ଏଥିସହିତ ତିନିରଥର ୮ଟି ଲେଖାଁଏ ଭୁଇଁଚଉତାର କାମ ଶେଷ ହୋଇଛି । ଏତଦ୍ବ୍ୟତୀତ ପ୍ରତ୍ୟେକ ରଥ ପାଇଁ ଆବଶ୍ୟକ ୪ ଗୋଟି ଲେଖାଁଏ ମୁହାଁଟ ନିର୍ମାଣ ଶେଷ ହେବା ସହ ପ୍ରତ୍ୟେକ ରଥର ୪ଗୋଟି ଲେଖାଁଏ ‘ନିରାଡ଼ି’ ମଧ୍ୟ ଶେଷ ହୋଇଛି ।
ସେହିପରି ତାଳଧ୍ୱଜର ମୋଟ ୧୪ ଚକରୁ ୯ଟିର ନିର୍ମାଣ ଶେଷ ହୋଇଛି । ୧୦ମ ଚକର ତୁମ୍ବରେ ପଇ ଲାଗି ଶେଷ ପର୍ଯ୍ୟାୟରେ, ଏଥିସହ ୧୧ତମ ଚକ ପାଇଁ ତୁମ୍ବରେ ଅର ସଂଯୋଗ ପରେ ତୁମ୍ବ ବିନ୍ଧ ହୋଇ ବଳା ଲାଗିଛି । ଦେବଦଳନ ରଥର ମୋଟ ୧୨ଟି ଚକରୁ ୮ଟି ଚକ କାମ ଶେଷ ହୋଇଛି । ଏଥିସହ ଆଜି ସୁଦ୍ଧା ୮ଗୋଟି ଭୂଇଁ ଚଉତା, ୪ଗୋଟି ମୁହାଁଟ ଏବଂ ୪ଗୋଟି ନିରାଡ଼ିର ଚଉପଟ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ୧୦ଟି ଚକର ନିର୍ମାଣ ଶେଷ ହୋଇଛି । ୧୧ ତମ ଚକ ପାଇଁ ତୁମ୍ବରେ ପଇ ସଂଯୋଗ ହୋଇ ପଇଠ କାର୍ଯ୍ୟ ପରେ ପଇ କଳସା କାର୍ଯ୍ୟ ହେବ ।
ତିନିରଥର ଆଜି ୧୯ ରୂପକାର ସେବକ କୋଣ ଗୁଜ ବା ସାଲଗୁଜରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିଥିବା ତିନିରଥର ୬ଗୋଟି ଲେଖାଁଏ ଗୁଜରେ ସିଂହ ବିରାଳ ରୂପ ଖୋଦେଇର ପଲିସ କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚôଛି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନିରଥର କମାର ସେବକମାନେ ତିନିରଥର ତୁମ୍ବ ପାଇଁ ମହାରଣା ସେବକ ଦେଇଥିବା ମାପ ପ୍ରକାରେ ବଳା ନିର୍ମାଣ ସହ ୩ ରଥର ଦଣ୍ଡା ପାଇଁ ‘ଘଡି ମୁହଁ ଦଣ୍ଡା କଣ୍ଟା’ ନିର୍ମାଣ ଜାରି ରଖିଛନ୍ତି ।