ଟ୍ରାଫିକ୍ ସମସ୍ୟା ସମାଧାନ ଲାଗି ଅଣ୍ଟା ଭିଡ଼ିଲେ ଏସ୍ପି

ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ପର୍ଯ୍ୟଟନ ସହର ଭାବେ ପରିଚିତ । ତତ୍ସହିତ ଏଠାରେ ବିଶ୍ୱନିୟନ୍ତା ଅବସ୍ଥାନ କରିଛନ୍ତି । ସେଥିଲାଗି ୧୨ ମାସରେ ୧୩ ପର୍ବ ପାଳନ ହୋଇଥାଏ ଶ୍ରୀମନ୍ଦିରରେ । ଏହି ପର୍ବକୁ ଦେଖିବା ଲାଗି ସବୁବେଳେ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ତତ୍ସହିତ ସହରରେ ମାତ୍ରାଧିକ ଅଟୋ ଯୋଗୁ ଗଳିକନ୍ଦିଠାରୁ ଆରମ୍ଭ କରି ବଡ଼ଦାଣ୍ଡରେ ପ୍ରବଳ ଜାମ୍ ହୋଇଥାଏ । ଏପରିକି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବସବାସ କରୁଥିବା ସାହିବାସିନ୍ଦାମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ସମସ୍ୟା ସମାଧାନ ଲାଗି ଖୋଦ୍ ଏସ୍ପି କନୱାର ବିଶାଲ ସିଂହ ନିଜେ ଅଣ୍ଟା ଭିଡ଼ିଛନ୍ତି ।
ମଙ୍ଗଳବାର ସକାଳେ ଏସ୍ପି ଶ୍ରୀ ସିଂହ ସିଧାସଳଖ ସାହିବାସିନ୍ଦାମାନଙ୍କ ସହ ଟ୍ରାଫିକ୍ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । କିଭଳି ସଠିକ୍ ଭାବେ ଯାତାୟାତ କରିପାରିବେ ସେ ନେଇ ସମୀକ୍ଷା କରିଛନ୍ତି । ସେହିଭଳି ଅଟୋ ଚାଳକମାନଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ସମସ୍ୟା ସମାଧନ ସହ ସହରରେ କିଭଳି ଟ୍ରାଫିକ୍ ସମସ୍ୟା ନ ହେବ ସେ ନେଇ ବିସ୍ତୃତ ମାଷ୍ଟରପ୍ଲାନ ପ୍ରସ୍ତୁତି ଜାରି ରହିଥିବା ଜଣାପଡ଼ିଛି । ଆସନ୍ତା ରଥଯାତ୍ରା ପୂର୍ବରୁ ସହରର ଟ୍ରାଫିକ୍ ସମସ୍ୟା ସମାଧାନ ହୋଇଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *