ଉନ୍ନୟନ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ
ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମନିଟରିଂ କମିଟି ବୈଠକ
ଫୁଲବାଣୀ (ବୁ୍ୟରୋ): କନ୍ଧମାଳ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ସମ୍ଭବ ବୋଲି କନ୍ଧମାଳ ସାଂସଦ ଡ. ଅଚୁ୍ୟତାନନ୍ଦ ସାମନ୍ତ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି ବୈ÷ଠକ(ଦିଶା)ରେ ପରାମର୍ଶ ଦେଇଛନ୍ତି । ସାଂସଦ ଡ. ସାମନ୍ତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକାଦଶତମ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି ବୈ÷ଠକ(ଦିଶା)ରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ପଦାଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ନନ୍ଦିନୀ ମଲ୍ଲିକ ପ୍ରମୁଖ ନିଜ ଅଞ୍ଚଳର ରାସ୍ତା, ଜଳଯୋଗାଣ, ଶିକ୍ଷା ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।
ତେବେ, ଜିଲ୍ଲାର ଜନ ପ୍ରତିନିଧି ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଶ୍ରୀ ସାମନ୍ତ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଡା.ବୃନ୍ଦା ଡି. ମଧ୍ୟ ଜିଲ୍ଲାକୁ ଆଉ ଟିକେ ଆଗେଇ ନେବାକୁ ଜନ ପ୍ରତିନିଧିମାନଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏମ୍.ସି ସୂତ୍ରରୁ ପ୍ରକାଶ ଯେ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୨ହଜାର ୮୬୯ଟି ପରିବାର ୧୦୦ ଦିନର କାମ ପୂରଣ କରିଥିବାବେଳେ ଶତକଡ଼ା ୯୯ଭାଗ ଲୋକ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ପାଇପାରିଛନ୍ତି । ଡିପିଏମ୍, ଓଡ଼ିଶା ଜୀବିକା ମିଶନଙ୍କ ସୂତ୍ରରୁ ପ୍ରକାଶ ଯେ, ଆଜି ସୁଦ୍ଧା ଶତକଡ଼ା ୮୨.୭୫ ଭାଗ ପରିବାର ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଦୀନ୍ ଦୟାଲ ଅନ୍ତୋଦୟ ଯୋଜନା ମାଧ୍ୟମରେ ୬ହଜାର ୫ ୮୨ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବିଶ୍ୱରଞ୍ଜନ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସଭାପତିଙ୍କ ଅନୁମତିକ୍ରମେ ଏକାଦଶତମ ଦିଶା ଅଧିବେଶନକୁ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଫୁଲବାଣୀ ପୋ÷÷ର ପରିଷଦ ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା, ବାଲିଗୁଡ଼ା ଓ ଘୁ.ଉଦୟଗିରି ଦିଶା କମିଟିର ସଭ୍ୟ/ସଭ୍ୟା ସରକାରୀ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।