ହାଇକୋର୍ଟ ଗଲେ ସେବାୟତ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ
କଟକ/ପୁରୀ, ୨୩ା୫ (ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କେନ୍ଦ୍ରକରି ବିବାଦ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସୋମବାର ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି । ତୁରନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ କରିବା ପାଇଁ ରାଜ୍ୟ ସରକାର ଓ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେବାକୁ ଆବେଦନ କରି ହାଇକୋର୍ଟରେ ରିଟ୍ ଆବେଦନ କରିଛନ୍ତି ୫ଜଣ ସେବାୟତ ।
ଆବେଦନକାରୀ ଦର୍ଶାଇଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ଶେଷ ହେବା ଆବଶ୍ୟକ । ବିଶେଷକରି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିକାଶମୂଳକ କାମ ଶୀଘ୍ର ଶେଷ କରାଯିବା ଉଚିତ । କାମ ତ୍ୱରାନ୍ୱିତ କରିବା ଏବଂ ସୁପ୍ରିକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଏଏସ୍ଆଇକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ଯୋଗାଇ ଦେବା ନିମିତ୍ତ ହାଇକୋର୍ଟ ନିଦେ୍ର୍ଦଶ ଜାରି କରିବାକୁ ସେବାୟତମାନେ ନିବେଦନ କରିଛନ୍ତି ।
ସେବାୟତ ରଘୁନାଥ ଗୋଚ୍ଛିକାର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ଦାଖଲ କରିଥିବା ରିଟ୍ ପିଟିସନ୍ରେ ଉଲ୍ଲେଖ କରାଯାଇଛି, କେତେକ ମୁଷ୍ଟିମେୟ ଗୋଷ୍ଠୀ ମିଥ୍ୟା ଓ ଅପପ୍ରଚାର କରି ପରିକ୍ରମା ପ୍ରକଳ୍ପ ଅଗ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି । କିଛି ରାଜନୈତିକ ବ୍ୟକ୍ତି ସେମାନଙ୍କୁ ସହଯୋଗ କରୁଛନ୍ତି । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦିଆଯିବ ଜରୁରୀ । ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି ହେଲେ ସେମାନଙ୍କ ତ୍ୟାଗ ମୂଲ୍ୟହୀନ ହୋଇଯିବ ବୋଲି ପିଟିସନ୍ରେ ଉଲ୍ଲେଖ କରାଯାଇଛି ।