ପର୍ଯ୍ୟଟକଙ୍କୁ ମାଡ଼: ୩ ବ୍ୟକ୍ତି ଜେଲ୍ ଗଲେ

ବାରଙ୍ଗ (ଆପ୍ର): ଅତିଥି ଦେବୋ ଭବଃ । ଅତିଥିଙ୍କ ସମ୍ମାନ ପ୍ରଦର୍ଶନ କରିବା ଆମ କର୍ତ୍ତବ୍ୟ । କିନ୍ତୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଏହାର ବ୍ୟତିକ୍ରମ ଘଟିଛି । ରବିବାର ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ କେନ୍ଦ୍ରକରି ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତସଫାରିକୁ ବସ ଚଳାଇବା ନିମିତ୍ତ ଠିକା ନେଇଥିବା ୩ ଜଣଙ୍କୁ ନନ୍ଦନକାନନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗ ହାଜତକୁ ପଠାଇ ଦିଆଯାଇଛି ।
ରବିବାର ଅପରାହ୍ନରେ ଛତିଶଗଡରୁ ୨୭ ଜଣ ମହିଳା, ପୁରୁଷ ଓ ଛୋଟ ପିଲା ନନ୍ଦନକାନନ ବୁଲିବାକୁ ଆସିଥିଲେ । ସେମାନେ ନନ୍ଦନକାନନ ବୁଲିସାରି ସଫାରି ବସ ଷ୍ଟାଣ୍ଡରେ ଟିକେଟ କରି ଧାଡିରେ ରହି ବସକୁ ଅପେକ୍ଷା କରିଥିଲେ । ବସ୍ରେ ବସିବା ପାଇଁ ପାଟିତୁଣ୍ଡ ହେବାରୁ ସଫାରି ବସ ଟେଣ୍ଡରଧାରୀ କର୍ମ·ରୀ କିଛି ନବୁଝି ବସରୁ ବାହାରି ଯିବାପାଇଁ ସେମାନଙ୍କୁ କହିଥିଲେ । ଫଳରେ ଛତିଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କ ସହିତ ବଚସା ହୋଇଥିଲା । ଟେଣ୍ଡର ନେଇଥିବା ବ୍ୟକ୍ତିମାନେ ସେମାନଙ୍କ ସହଯୋଗୀଙ୍କୁ ଡାକି ମାରପିଟ୍ କରିବାରୁ ୫ ପର୍ଯ୍ୟଟକ ଆହତ ହୋଇଥିଲେ । ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଛତିଶଗଡ଼ ଫେରି ଯାଇଛନ୍ତି । ନନ୍ଦନକାନନ ପୁଲିସ ଦାରୁଠେଙ୍ଗ ଗ୍ରାମର ଅମନ ପାଟଶାଣୀ, ସନ୍ତୋଷ ସାହୁ ଏବଂ କାହ୍ନୁ ମହାପାତ୍ରକୁ ଗିରଫ କରି କୋର୍ଟ ·ଲାଣ କରିଛି ।
ନନ୍ଦନକାନନ ଉପ-ନିଦେ୍ର୍ଦଶକ ଡ. ସଞ୍ଜିତ କୁମାର ଦୁଃଖ ପ୍ରକାଶ କରି କହିଛନ୍ତି, ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇଛି । ଜଣେ ରେଞ୍ଜ ଅଫିସରଙ୍କୁ ତଦନ୍ତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୋଗ ସତ ହୋଇଥିଲେ ଟେଣ୍ଡର ବାତିଲ କରାଯିବ । ଆଗକୁ ଯେପରି ଏହି ଅପ୍ରୀତିକର ପରିସ୍ଥିତିର ପୁନରାବୃତ୍ତି ନ ଘଟେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *