୭ ଏସ୍ସିବି ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ୍
କଟକ (ବୁ୍ୟରୋ): ଏସ୍ସିବି ମେଡିକାଲରେ ଆଇନଜୀବୀ ସପନ କୁମାର ପାଲଙ୍କ ଉପରେ ଆକ୍ରେମଣ କରାଯିବା ମାମଲାରେ ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ୭ ଡାକ୍ତରଙ୍କ ବିରୋଧରେ ·ର୍ଜସିଟ ଦାଖଲ କରାଯାଇଛି । ସିସିଟିଭି ଫୁଟେଜ୍ ଆଧାରରେ ନିମ୍ନ ଅଦାଲତରେ ଏହି ୭ ଡାକ୍ତରଙ୍କ ବିରୋଧରେ ·ର୍ଜସିଟ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି କଟକ ଡିସିପି ।
ଚିକିତ୍ସା ଅବ୍ୟବସ୍ଥା ନେଇ ଗତ ଅକ୍ଟୋବର ୨୧ ତାରିଖରେ ଆଇନଜୀବୀ ସପନ ପାଲ ପ୍ରଶ୍ନ ଉଠାଇବାରୁ ଆକ୍ରମଣର ଶିକାର ହୋଇଥିଲେ ବୋଲି ଅଭିଯୋଗ କରାଯାଇଥିଲା । ଆଇନଜୀବୀ ଶ୍ରୀ ପାଲ ସମ୍ପର୍କୀୟଙ୍କୁ ନେଇ ଏସ୍ସିବିର ସ୍ପେଶାଲ ଓପିଡ଼ିକୁ ଯାଇଥିଲେ । ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଓପିଡି ଖୋଲା ରହିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା । ଏହାର ପ୍ରତିବାଦ କରିବାରୁ ଜୁନିୟର ଡାକ୍ତରମାନେ ଶ୍ରୀ ପାଲଙ୍କୁ ଏକ ରୁମ୍ରେ ବନ୍ଦ କରି ପ୍ରବଳ ମାଡ଼ ମାରିଥବବା ଅଭିଯୋଗ ହୋଇଥିଲା । ଏପରିକି ମେଡିକାଲ କ୍ୟାମ୍ପସ୍ରୁ ବଞ୍ଚିକି ଯାଇପାରିବେନି ବୋଲି ଧମକ ବି ଦେଇଥିଲେ । ଖବର ପାଇ ପୁଲିସ୍ ତାଙ୍କୁ ଉଦ୍ଧାର କରିଥିଲା ।
ଏନେଇ ଶ୍ରୀ ପାଲ ମଙ୍ଗଳାବାଗ ଥାନାରେ ୧୨ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ମାତ୍ର ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ତଦନ୍ତ ପାଇଁ କଟକ ଡିସିପିଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।
କିନ୍ତୁ ଏସ୍ସିବି କର୍ତ୍ତୃପକ୍ଷ ସହଯୋଗ କରୁ ନ ଥିବା ଓ ସିସିଟିଭି ଫୁଟେଜ୍ ଦେଉ ନ ଥିବା ଡିସିପି ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଏହାସତ୍ତ୍ୱେ ଘଟଣାର ·ର୍ଜସିଟ୍ ଯଥାଶୀଘ୍ର ଦାଖଲ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ଆଖପାଖରେ ଥିବା ସିସିଟିଭି ଫୁଟେଜ୍, ପାରିପାଶ୍ୱିର୍କ ପ୍ରମାଣ ଓ ସାକ୍ଷ୍ୟ ଯୋଗାଡ଼ କରି ୭ ଜଣଙ୍କ ବିରୋଧରେ ମଙ୍ଗଳାବାଗ ପୁଲିସ ·ର୍ଜସିିଟ୍ ଦାଖଲ କରିଛି । ଡାକ୍ତରମାନଙ୍କ ବିରୋଧରେ ହତ୍ୟା ଧମକ, ଅପହରଣ, ସଂଘବଦ୍ଧ ଆକ୍ରମଣ ଆଦି ଅଭିଯୋଗ ରହିଛି । ସିସିଟିଭି ଫୁଟେଜ୍ ଆଧାରରେ ୭ ଡାକ୍ତରଙ୍କ ବିରୋଧରେ ·ର୍ଜସିଟ ଦାଖଲ କରାଯାଇଥିବା ଆବେଦନକାରୀଙ୍କ ଓକିଲ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।