ଭାରତ-ପାକ୍ ମ୍ୟାଚ୍ ଡ୍ର’

ନୂଆଦିଲ୍ଲୀ,୨୩ା୫ (ଏଜେନ୍ସି): ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚ୍ ୧-୧ ଗୋଲ୍ରେ ଡ୍ର’ ହୋଇଯାଇଛି । ମ୍ୟାଚ୍ର ଶେଷ ୭୦ ସେକେଣ୍ଡରେ ପାକିସ୍ତାନର ଅବଦୁଲ୍ଲ ରାଣା ପେନାଲ୍ଟି କର୍ଣ୍ଣର୍ରେ ଭଲ ଖେଳି ଗୋଲ୍ ଦେଇଥିଲେ । ଟିମ୍ ଇଣ୍ଡିଆ ପାଇଁ କାର୍ତ୍ତି ସେଲ୍ଭମ୍ ଗୋଲ୍ କରିଥିଲେ । ପ୍ରଥମ କ୍ୱାର୍ଟର୍ରେ ଟିମ୍ ୨ ପେନାଲ୍ଟି କର୍ଣ୍ଣର୍ ହରାଇଥିଲା, କିନ୍ତୁ ତୃତୀୟ ପେନାଲ୍ଟି କର୍ଣ୍ଣର୍ର ଲାଭ କାର୍ତ୍ତି ଉଠାଇବା ସହ ୯ମ ମିନିଟ୍ରେ ଗୋଲ୍ କରି ଭାରତକୁ ୧-୦ରେ ଅଗ୍ରଣୀ ରଖିଥିଲେ ।
ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ୨୪ ମେ’ ଅର୍ଥାତ୍ ମଙ୍ଗଳବାର ଜାପାନ ଏବଂ ୨୬ ମେ’ରେ ଇଣ୍ଡୋନେସିଆ ସହ ଖେଳିବ । ଏହା ପୂର୍ବରୁ ୨୧ ଡିସେମ୍ବର ୨୦୨୧ରେ ଖେଳାଯାଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୪-୩ ଗୋଲ୍ରେ ପରାସ୍ତ କରିଥିଲା । ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚଳିତ ଚାମ୍ପିଅନସିପ୍ରେ ଜିତି ଅଭିଯାନ ଆରମ୍ଭ କରିବାକୁ ଚାହୁଁଥିଲା, ମାତ୍ର ଏପରି ହେଲାନାହିଁ ।
ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତିବା ମାମଲାରେ ଭାରତ ଏବଂ ପାକିସ୍ତାନ ସମାନ୍ତରାଳରେ ଅଛନ୍ତି । ଉଭୟେ ୩-୩ଟି ଟାଇଟଲ୍ ଜିତିଛନ୍ତି । ଭାରତ ୨୦୦୩, ୨୦୦୭, ୨୦୧୭ରେ ଏହି ଟାଇଟଲ୍ ହାତେଇଥିବାବେଳେ ୧୯୮୨, ୧୯୮୫, ୧୯୯୪, ୨୦୧୩ରେ ଫାଇନାଲ୍ ମ୍ୟାଚ୍ରେ ପରାସ୍ତ ହୋଇଥିଲା । ତେବେ ଏହା ଥିଲା ଭାରତ-ପାକ୍ ମଧ୍ୟରେ ୧୭୮ତମ ହକି ମ୍ୟାଚ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *