୪୨ରୁ ୨୪ ଚକ ନିର୍ମାଣ ଶେଷ

୩୭ ଦିନ ପରେ ଘୋଷଯାତ୍ରା
ପୁରୀ (ବୁ୍ୟରୋ): ୩୭ ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ରଥଖଳା । ଗତ ଦୁଇବର୍ଷ ବିନାଭକ୍ତରେ ଅନୁଷ୍ଠିତ ହୋଇଥିଲା ଯାତ୍ରା । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ଯାତ୍ରା । ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ସୋରରେ ଆରମ୍ଭ ହୋଇଛି । ଶ୍ରୀନଅର ସମ୍ମୁ୍ଖ ରଥଖଳାରେ ଶ୍ରୀଜିଉଙ୍କ ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । କିପରି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବ ସେ ନେଇ ଚିନ୍ତାରେ ବିଶ୍ୱକର୍ମା କାରିଗର । ତିନି ରଥ ପାଇଁ ୪୨ ଚକ ମଧ୍ୟରୁ ଆଜି ସୁଦ୍ଧା ୨୪ ଚକ ନିର୍ମାଣ ଶେଷ ହୋଇଛି । ତତ୍ସହିତ ବାକିଥିବା ଚକ ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ଦୋଳବେଦୀକୋଣ ପରିସର ଅସ୍ଥାୟ କମାର ଚାଳିରେ ଦଣ୍ଡାବିଡ଼ିଆ କଣ୍ଟା ତିଆରି ଚାଲିଛି । କମାର ସେବକମାନେ ତିନି ରଥ ପାଇଁ କଣ୍ଟା ତିଆରି କାର୍ଯ୍ୟରେ ଲାଗିଛନ୍ତି । ପ୍ରତି ରଥ ପାଇଁ ୧୦୬ଟି ଲେଖାଏଁ ଦଣ୍ଡାବିଡ଼ିଆ କଣ୍ଟା ଆବଶ୍ୟକ ହୋଇଥାଏ । ତିନି ରଥର ଫ୍ରେମ୍ ବନ୍ଧା ପାଇଁ ଏହି କଣ୍ଟା ବ୍ୟବହାର ହୋଇଥାଏ । ଏହି ଦଣ୍ଡାବିଡ଼ିଆ କଣ୍ଟାକୁ ବିଡ଼ିଆ କଣ୍ଟା, ଚାର ପରିଚ୍ଛା କଣ୍ଟା, ପ୍ରଭା କଣ୍ଟା ବୋଲି କୁହାଯାଇଥାଏ । ତିନି ରଥର ଓଝା ସେବକମାନେ ଆଜି ୩ଠ ଗୋଟି ଲେଖାଏଁ ଦଣ୍ଡାବିଡ଼ିଆ କଣ୍ଟା ନିର୍ମାଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *