ଫାଶୀକାଠ ଅଭାବ ନେଇ ଉଦ୍ବେଗ

ରଥଯାତ୍ରା ସମନ୍ୱୟ କମିଟି ବୈଠକ
ପୁରୀ (ବୁ୍ୟରୋ) : ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା । ଆଉ ମାତ୍ର ଅଳ୍ପଦିନ ବାକିଥିବା ବେଳେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଲଗାତାର ୨ ବର୍ଷ ପରେ ଚଳିତ ବର୍ଷ ବଡ଼ଦାଣ୍ଡରେ ଭକ୍ତ ଓ ମହାପ୍ରଭୁଙ୍କ ହେବ ମହାମିଳନ । ତେଣୁ ଚଳିତ ଥର ଘୋଷଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଅନୁମାନ କରାଯାଇଛି । ତାହାକୁ ଲକ୍ଷ୍ୟ କରି ଆଜିଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତି କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅଗଣିତ ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ ଦର୍ଶନ କରି ଫେରିବେ ସେ ନେଇ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ପ୍ରଥମ ବୈଠକରେ ଫାଶୀକାଠ ଅଭାବକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *