ମଦ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା ଗୋଷ୍ଠୀ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବରଦା ପଞ୍ଚାୟତରେ ଦେଶୀ ବିଦେଶୀ ମଦର ବନ୍ୟା ଛୁଟୁଛି । ମଦ୍ୟପାନ କରି ଅକାଳରେ ଯୁବକ ମାନେ ମୃତୁ୍ୟ ବରଣ କରୁଥିବା ବେଳେ ପରିବାର ଉଜୁଡି ଯାଉଛି । ମଦ ବନ୍ଦ ପାଇଁ ଥାନା କର୍ଣ୍ଣପାତ ନକରିବାରୁ ବାଧ୍ୟହୋଇ ଶତାଧିକ ମହିଳା ଏବଂ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହିତ ମଦବନ୍ଦ କରିବାକୁ ଦାବୀ କରିଛନ୍ତି । ବରଦା ଗ୍ରାମର ମା’ ଦୁର୍ଗତୀନାଶିନୀ ନିଶାନିବାରଣ ମହିଳା ସଙ୍ଘ, ଶବର ସାହିର ୪ଟି ମହିଳା ଗୋଷ୍ଠି,ବରଦା ସହିତ କୁଶିଦା, ସୋଗର, ଦିଆଣି, ଗ୍ରାମର ମହିଳା ମାନେ ପଞ୍ଚାୟତରେ ମଦବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାରଜଣାପଡିଛି । ଅଭିଯୋଗ ଅନୁସାରେ ଗ୍ରାମରେ ଦେଶୀ ମଦପିଇ ୬ଜଣ ଯୁବକ ଅକାଳରେ ମୃତୁ୍ୟ ବରଣ କରିଛନ୍ତି । ଗ୍ରାମର ରଞ୍ଜନ ବେହେରା, ବୈଷ୍ଣବ ବେହେରା, ମନୋଜ ବାରିକ ଓ ପପୁନା ନାଥ ଗ୍ରାମରେଦେଶୀ ମଦ ବିକ୍ରି କରିବା ସହିତ ବିଭିନ୍ନ ସମୟରେ ଧମକ ଚମକ ଦେଉଛନ୍ତି । ଏପରିକି ମହିଳାମାନଙ୍କୁ ଅସଦାଚରଣ କରିବା ସହିତ ଗାଳି ଗୁଲଜ କରୁଛନ୍ତି । ଜନୈକ ବ୍ୟକ୍ତି ଙ୍କ ନାମରେ ଅଭିଯୋଗ କରିବା ପରେ ମଧ୍ୟ ଥାନାଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେବା ଦେବା ସହିତ ଗ୍ରାମର ମହିଳାମାନେ ଜିଳ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିବାର ଜଣାପଡିଛି ।
ଗ୍ରାମର ନିଶାନିବାରଣ ସଭାପତି ତୁଲ ପଧାନଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ଯୁବକ ମାନେ ମଦପାନ କରି ଅକାଳରେ ମୃତୁ୍ୟ ବରଣ କରୁଛନ୍ତି । ଗ୍ରାମରେ ୪ଜଣ ଦେଶୀ ମଦ ବିକ୍ରୀକରୁଛନ୍ତି । ସେମାନଙ୍କୁ ବାରଣ ସତ୍ତ୍ୱେ ସେମାନେ ଶୁଣୁନଥିବାର ଅଭିଯୋଗ କରିଛନ୍ତି । ଏପରିକି ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ସେହିପରି ଅଲି ଦେହୁରୀଙ୍କ ଅଭିଯୋଗ ଅନୁସାରେ ଗ୍ରାମର ଯୁବକ ମାନେ ମଦ ପିଇ ଗାଳି ଗୁଲଜ କରିବାସହିତ ଅକାଳରେ ମରିଯିବା ଯୋଗୁ ମହିଳା ମାନେ ବିଧବା ହେଉଛନ୍ତି । ସେମାନଙ୍କ ପରିବାର ଉଛନ୍ନ ହୋଇଯାଉଛି । ଘରେ ମଦପାନ କରି ମାଡ଼ଗାଳି ଦେଉଛନ୍ତି । ଗ୍ରାମର ଅଦୈତ ପଧାନଙ୍କ ଅଭିଯୋଗ ଅନୁସାରେ ପଞ୍ଚାୟତରେ ଦେଶୀ ବିଦେଶୀ ମଦର କୌଣସି ଲାଇନସେନସ ନଥିବା ବେଳେ ବେଆଇନ ଭାବରେ ମଦ ବିକ୍ରୟହେଉଛି । ମ୍ୟଦ ପାନ କରିଯୁବକ ମାନେ ମହିଳା ମାନଙ୍କୁ ମାଡ ମାରିବା ସହିତ ଘରୁ ବାହାର କରିଦେଉଛନ୍ତି ।ଜିଲ୍ଲା ପାଳ ଏ ଦିଗରେ ପଦକ୍ଷେପ ନନେଲେ ଆଇନ ବିରୋଧୀ ଆନେ୍ଦାଳନ କରିବାକୁ ବି ଚେତାବନୀ ଦେଇଛନ୍ତି । ବରଦା ପଞ୍ଚାୟତରେ ମଦ ବନ୍ଦ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହୋଇଛି ।