ହୀରାକୁଦରେ ଆବଦ୍ଧ ମାଛ ଚାଷ ସଫଳ

ଭୁବନେଶ୍ୱର (ବୁ୍ୟରୋ): ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ·ଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍ ଏବଂ ଏହା ଖୁବ୍ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ପରେ ଶ୍ରୀ ମହାପାତ୍ର ଏହା କହିଛନ୍ତି ।
ଶ୍ରୀ ମହାପାତ୍ର କମନ୍ ଫେସିଲିଟି ସେଣ୍ଟର, ପରୀକ୍ଷାଗାର ଏବଂ ମାଛ ପହୁଞ୍ଚାଣ ନିମନ୍ତେ ଭାସମାନ ଜେଟ୍ଟି ଆଦି ଭିତ୍ତିଭୂମିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । କେଜ୍-ଫିସ୍-କଲ୍ଚର ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଥିଲେ । କମନ୍ ଫେସିଲିଟି ସେଣ୍ଟରରେ ଚାଷୀ କେଜ୍ରୁ ମାଛ ଧରି ବିପଣୀ ନିମନ୍ତେ ବର୍ଗୀକରଣ, ଓଜନ ଓ ପ୍ରସ୍ତୁତ କରିପାରିବେ । ଏଠାରେ ଚାଷୀଙ୍କ ପାଇଁ ପାଣି, ବିଦୁ୍ୟତ୍, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ । ଜଳଭଣ୍ଡାର ଉପରିଭାଗର ୧ ପ୍ରତିଶତ ଅଞ୍ଚଳରେ ଏହି କେଜ୍-କଲ୍ଚର ସୀମିତ ରଖିବା ଲାଗି ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଥିଲେ ।
ହୀରାକୁଦର ମତ୍ସ୍ୟ ଓ ପଶୁସଂପଦ ବିକାଶ ଉପନିଦେ୍ର୍ଦଶକ ଜଣାଇଥିଲେ ଯେ ଜାତୀୟ ନିୟମାବଳୀ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ବହୁ କମ୍ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି କେଜ୍ ମାଛଚାଷ ଜୋନ୍ ଏବଂ ୬୨୫ ଟି ସବ୍- ଜୋନ୍ ଚିହ୍ନଟ କରାଯାଇଛି । ଏହା ମଧ୍ୟରୁ ୧୦୧ଟି ସବ୍- ଜୋନ୍କୁ ଉଦ୍ୟୋଗୀଙ୍କୁ ଲିଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୧ ଜଣ ଉଦ୍ୟୋଗୀ ବିଭାଗ ସହ ବୁଝାମଣା କରି କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରିଛନ୍ତି । ୩୦ଟି ସବ୍- ଜୋନ୍ରେ କେଜ୍ ସ୍ଥାପନ କାର୍ଯ୍ୟ ସରିଛି । ଆଗାମୀ ୬ ମାସରେ ଅବଶିଷ୍ଟ ସବ୍-ଜୋନ୍ରେ କେଜ୍ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବ କହିଛନ୍ତି । ହୀରାକୁଦ ଜଳଭଣ୍ଡାର ଉପରିଭାଗରେ ୧୮୭୫ ଟି ଗୋଲାକାର କେଜ୍ କିମ୍ବା ୧୫୦୦୦ ଆୟତ ଘନାକାର କେଜ୍ ପ୍ରତିଷ୍ଠା କରାଯାଇପାରିବ । ଏସବୁରୁ ଥରକେ ପ୍ରାୟ ୪୫୦୦୦ ଟନ୍ରୁ ଅଧିକ ମଧୁର ପାଣି ମାଛ ଅମଳ କରାଯାଇପାରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *