ଅଦାଲତ ଅବମାନନା ମାମଲା ଦାୟର ପାଇଁ ନିଷ୍ପତ୍ତି

ହାଇକୋର୍ଟଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାରେ ସରକାର ବିଫଳ
ବ୍ରହ୍ମପୁର (ବୁ୍ୟରୋ): ସହର ସନ୍ନିକଟ ତଥା ପାଶ୍ୱର୍ବର୍ତ୍ତୀ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ଉଦେ୍ଦଶ୍ୟରେ ଗଠିତ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସଭାପତି ସଞ୍ଜିବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସରକାର କ୍ରିୟାନୁଷ୍ଠାନ କମିଟିର ବାରମ୍ବାର ଦାବି, ଆନେ୍ଦାଳନ, ଧାରଣା ଓ ଅନୁରୋଧ ସତ୍ତ୍ୱେ ସହରତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବାରେ ଆଜି ପର୍ଯ୍ୟନ୍ତ ଅଣଦେଖା କରିାଯାଇଆସିଛି । ବିଏମ୍ସିରେ ସାମିଲ ନେଇ ସଂକଳ୍ପ ଏବଂ ପତ୍ର ପାସ କରିଥିବା ପଞ୍ଚାୟତ ଏବଂ ଗ୍ରାମକୁ ତୁରନ୍ତ ୩ମାସ ମଧ୍ୟରେ ସାମିଲ କରିବା ନେଇ ଉଚ୍ଚ ନ୍ୟାୟାଳୟଙ୍କ ସରକାରଙ୍କୁ ସ୍ପଷ୍ଟ ନିଦେ୍ର୍ଦଶ ଜାରି କରିଥିଲେ ମଧ୍ୟ ସରକାର ତାହା କାର୍ଯ୍ୟକାରୀ କରିବାରେ ଅସଫଳ ହୋଇଛନ୍ତି । ଏନେଇ କମିଟି ବୈଠକରେ ଉଦ୍ବେଗ ପ୍ରକାଶ ପାଇବା ସହ ସରକାରଙ୍କ ସହରତଳି ପ୍ରତି ଏହି ଚରମ ଅବହେଳା ଏବଂ ଉଦାସୀନତା ପ୍ରତିବାଦରେ ଅଦାଲତ ଅବମାନନା ମାମଲା ଦାୟର ପାଇଁ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ସପ୍ତାହରେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବା ନିମିତ୍ତ ସମସ୍ତ ପ୍ରସ୍ତୁତି ସରିଥିବା କମିଟି ସଭାପତି ସଞ୍ଜିବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସୂଚନଯୋଗ୍ୟ ଯେ, ଗତ ୧୨.୧୨.୨୦୨୧ରେ ସହରତଳି ସନ୍ନିକଟ ଅଞ୍ଚଳ ତଥା ତତ୍ ସଂଲଗ୍ନ ପାଶ୍ୱର୍ବର୍ତ୍ତୀ ୧୮ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଦାୟର ଯାଚିକାର ବିଚାର କରି ହାଇକୋର୍ଟ ୧୧.୧.୨୦୨୨ରେ ନିଜ ରାୟରେ ରାଜ୍ୟ ପୌର ପ୍ରଶାସନ ନିଦେ୍ର୍ଦଶକଙ୍କୁ ମିଶ୍ରଣ ନେଇ ଇଛା ଓ ସଂକଳ୍ପ ପତ୍ର ପାସ୍ କରିଥିବା ଲୋଚାପଡା ପଞ୍ଚାୟତ ଏବଂ ବଡକୁଶସ୍ଥଳୀ ପଞ୍ଚାୟତର ସାନକୁଶସ୍ଥଳୀ, ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲୀ ଏବଂ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ ଆର୍ମି ଟ୍ରେନିଂ ସ୍କୁଲ ପ୍ରଭୃତିଙ୍କୁ ସାମିଲ କରିବା ପାଇଁ ୩ମାସ ମଧ୍ୟରେ ପଦକ୍ଷେପ ନେବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ସଭାପତିଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା, ସାଧାରଣ ସମ୍ପାଦକ ଡ.ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି.ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି.ଭି ସାଗର, ସାଙ୍ଗଠନିକ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, କୋଷାଧ୍ୟକ୍ଷ ଏମ୍.ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ କେ.ସୁଦାମ ପାତ୍ର, ସଂଯୋଜକ ସି.ଏଚ୍ ରାମକୃଷ୍ଣ ଦାସ, ସହ ସଂଯୋଜକ ଅନୀଲ ଅଧିକାରୀ, ଅଜିତ୍ ପଟ୍ଟନାୟକ, ପ୍ରଭାତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *