ଟିକସ ଫାଙ୍କି ଉପରେ ଲାଗିବ ଲଗାମ

ଜୁନ୍ରେ ଜିଏସ୍ଟି କାଉନ୍ସିଲ୍ ବୈଠକ

ନୂଆଦିଲ୍ଲୀ, ୨୨ା୫: ବିଗତ ଦିନରେ ଟିକସ ଫାଙ୍କି ସମ୍ବନ୍ଧୀୟ ଅନେକ ଘଟଣା ସାମ୍ନାକୁ ଆସିଛି । ଏହା ଉପରେ ଲଗାମ ଲଗାଇବା ଉଦେ୍ଦଶ୍ୟରେ ଆସନ୍ତା ମାସରେ ହେବାକୁ ଥିବା ଜିଏସ୍ଟି କାଉନ୍ସିଲ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଜିଏସ୍ଟି କାଉନ୍ସିଲ୍ ସମରୀ ରିଟର୍ଣ୍ଣ ଓ ମାସିକ ଟିକସ ଦାଖଲ ଫର୍ମ ଜିଏସ୍ଟିଆର୍-୩ବି’ରେ ସଂଶୋଧନ ଉପରେ ବିଚାର ବିମର୍ଷ କରାଯିବ । ଏହାଦ୍ୱାରା ନକଲି ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍ର ଯାଞ୍ଚ୍ କରାଯାଇପାରିବ । ଜିଏସ୍ଟି କାଉନ୍ସିଲକୁ କିଛି ଦିନ ପୂର୍ବେ ଟିକସ ପୈଠ ମାମଲାରେ ଖୁବ୍ ଜାଲିଆତି ହୋଇଥିବା ଅଭିଯୋଗ ମିଳିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜିଏସ୍ଟିଆର୍-୩ବି ଏକ ସମରୀ ଷ୍ଟେଟ୍ମେଣ୍ଟ ଓ ମାସିକ ଜିଏସ୍ଟି ଦାଖଲ ଫର୍ମ । କରଦାତାମାନଙ୍କୁ ଭିନ୍ନ ଭିନ୍ନ କାଟିଗରୀ ପାଇଁ ପ୍ରତି ମାସର ୨୦, ୨୨, ୨୪ ତାରିଖ ଭିତରେ ଭିନ୍ନ ପଦ୍ଧତିରେ ଏହି ଫର୍ମ ଦାଖଲ କରିବାକୁ ପଡିଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *