ଅନୁଭବଙ୍କ ନାଁରେ ପୁଣି ଏତଲା

କଟକ, ୨୨ା୫(ବୁ୍ୟରୋ): ସୋସିଆଲ୍ ମିଡିଆରେ ସାଂସଦ ଅନୁଭବ ମହାନ୍ତି ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ ଭିଡିଓ ସେୟାର୍ କରିବା ପରେ ଏବେ ପୁଣି ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଚର୍ଚ୍ଚା ହୋଇଛି । ଏ ଘଟଣାକୁ ନେଇ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ପୁଣି ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ବର୍ଷା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ମନଗଢ଼ା ଭିଡିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ସେ ମୋତେ ଆକ୍ଷେପ କରି ଅନେକ କିଛି କହିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଅନୁଭବ ବର୍ଷାଙ୍କ ନାରୀତ୍ୱକୁ ଅପମାନ ହେବା ଭଳି କିଛି ମନ୍ତବ୍ୟ ଦେବା ସହ ଚରିତ୍ର ସଂହାର କରିବାକୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ତାଙ୍କ ବିରୋଧରେ ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ତାଙ୍କ ଠାରୁ ଛଡ଼ାଇ ନେଉଛନ୍ତି ବୋଲି ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ ଅଭିନେତା ତଥା ସାଂସଦ ଅନୁଭବ ପୁଣି ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷାଙ୍କ ସହ ସେ ଅତିବାହିତ କରିଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି । ସେ କାହିଁକି ବର୍ଷାଙ୍କ ଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ମଧ୍ୟ ଦର୍ଶାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *